ETV Bharat / bharat

କୋରୋନା କାଳରେ AIIMS ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଡାକରା - ଏମ୍ସ ନର୍ସ ସଂଘ

ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(AIIMS)ର ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା । ଷଷ୍ଠ ବେତନ ଆୟୋଗର ପ୍ରସ୍ତାବକୁ ଗ୍ରହଣ କରିବାକୁ ଦାବି କରିଛି ନର୍ସ ସଂଘ । ଅଧିକ ପଢନ୍ତୁ...

କୋରୋନା କାଳରେ AIIMS ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଡାକରା

author img

By

Published : Dec 14, 2020, 8:13 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ସମୟରେ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(AIIMS)ର ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା । ଷଷ୍ଠ ବେତନ ଆୟୋଗର ପ୍ରସ୍ତାବକୁ ଗ୍ରହଣ କରିବାକୁ ଦାବି କରିଛି ନର୍ସ ସଂଘ ।

କୋରୋନା କାଳରେ AIIMS ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଡାକରା
କୋରୋନା କାଳରେ AIIMS ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଡାକରା

ନର୍ସ ସଂଘର ଏହି ଦାବି ନେଇ ଆନ୍ଦୋଳନକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ମହାମାରୀର ଏହି ସଂକଟ ସମୟରେ ପ୍ରକୃତ ନର୍ସ ଆନ୍ଦୋଳନ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ଏହାସହ ନର୍ସ ସଂଘ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ନ ଯାଆନ୍ତୁ ବୋଲି ଗୁଲେରିଆ ଅପିଲ କରିଛନ୍ତି ।

ଏମ୍ସ ନିର୍ଦେଶକଙ୍କ କହିବା ଅନୁଯାୟୀ ନର୍ସ ସଂଘର 23ଟି ଦାବିକୁ ସରକାର ଓ ହସ୍ପିଟାଲ ପ୍ରଶାସନ ମାନି ସାରିଛନ୍ତି । ଏଥିରେ ସେମାନଙ୍କ ପ୍ରମୁଖ ଦାବି ଷଷ୍ଠ ବେତନ କମିସନର ସୁପାରିସ ଲାଗୁ କରିବା ସାମିଲ ରହିଛି ।

ସେପଟେ ନର୍ସ ସଂଘର କହିବା ଅନୁଯାୟୀ ଯେତେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେବେ ଯାଏଁ ଆନ୍ଦୋଳନ ଜାରି ରହିବ । ତେବେ ଏମ୍ସ ନିର୍ଦେଶକଙ୍କ ଏହି ଅପିଲ ନର୍ସ ସଂଘ ଉପରେ କୌଣସି ପ୍ରଭାବ ନ ପକାଇବା ପରି ମନେ ହେଉଛି । ଅନ୍ୟପକ୍ଷେ ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଏମ୍ସରେ ରୋଗୀଙ୍କ ଚିନ୍ତା ବଢିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.