ETV Bharat / bharat

ଅହମ୍ମଦାବାଦ ଅଣାୟତ୍ତ: କୋରୋନା ସ୍ଥିତି ଅନୁଧ୍ୟାନରେ ଏମ୍ସ ନିର୍ଦ୍ଦେଶକ - ଏମ୍ସ ନିର୍ଦ୍ଦେଶକ

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏବଂ ଇଣ୍ଟରନାଲ ମେଡିସିନ ବିଶେଷଜ୍ଞ ଡା. ମନୀଷ ସୁର୍ଜି ଶନିବାର ଅହମଦାବାଦରେ ପହଞ୍ଚି ରାଜ୍ୟର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଅହମ୍ମଦାବାଦରେ ପହଞ୍ଚିବା ପରେ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏବଂ ଡା. ମନୀଷ ସୁର୍ଜି ଆଶାରୱାସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

aiims experts rushed ahmedabad
aiims experts rushed ahmedabad
author img

By

Published : May 10, 2020, 6:26 PM IST

ଅହମ୍ମଦାବାଦ: ସାରା ଦେଶରେ କୋରୋନା ସ୍ଥିତ ଉଦବେଗଜନକ ଥିବା ଅଞ୍ଚଳ ମଧ୍ୟରୁ ଅହମ୍ମଦାବାଦ ଅନ୍ୟତମ । ଏଠାରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ଏପରିସ୍ଥଳେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏବଂ ଇଣ୍ଟରନାଲ ମେଡିସିନ ବିଶେଷଜ୍ଞ ଡା. ମନୀଷ ସୁର୍ଜି ଶନିବାର ଅହମଦାବାଦରେ ପହଞ୍ଚି ରାଜ୍ୟର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଅହମ୍ମଦାବାଦରେ ପହଞ୍ଚିବା ପରେ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏବଂ ଡା. ମନୀଷ ସୁର୍ଜି ଆଶାରୱାସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ ।

ଏହାପରେ ଉଭୟ ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିଥିଲେ । ରାଜ୍ୟ ଡାକ୍ତରଙ୍କଠାରୁ ଏମ୍ସ ନିର୍ଦ୍ଦେଶକ ଗୁଲେରିଆ କୋରୋନା ରୋଗୀଙ୍କ ଅବସ୍ଥା ବିଷୟରେ ଜାଣିଥିଲେ । ଏହା ସହିତ ସେ କୋଭିଡ -19 ଚିକିତ୍ସା କରୁଥିବା ଡାକ୍ତର ଦଳକୁ ସ୍ବତନ୍ତ୍ର ଟିପ୍ସ ଦେଇଥିଲେ। ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି ମଧ୍ୟ ଡାକ୍ତରଖାନାର ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏମ୍ସ ଡାକ୍ତରୀଦଳ ସହରର ସର୍ଦ୍ଦାର ଭଲ୍ଳଭଭାଇ ପଟେଲ ହସ୍ପିଟାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା ।

ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ 24 ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା 449 କୁ ବୃଦ୍ଧି ପାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ 1,872 ସଂକ୍ରମିତ ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ସମୁଦାୟ 1,05,387 ନମୁନା ପରୀକ୍ଷା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ଏପର୍ଯ୍ୟନ୍ତ 7 ହଜାରରୁ ଅଧିକ । ଅହମଦାବାଦ ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଛି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏବଂ ଡା. ମନୀଷ ସୁର୍ଜେଙ୍କୁ ଗୁଜୁରାଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଙ୍କୁ ପରାମର୍ଶ ଦେବା ପାଇଁ ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.