ନୂଆଦିଲ୍ଲୀ : ହେଲମେଟ ପିନ୍ଧି ରୋଗୀସେବା କଲେ ଡାକ୍ତର । ଦେଶବ୍ୟାପୀ ଡାକ୍ତରଙ୍କ ବିକ୍ଷୋଭ ଚାଲିଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ଡାକ୍ତର ନିଜର ସୁରକ୍ଷା ପାଇଁ ହେଲମେଟ ପିନ୍ଧି ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର ।
ପଶ୍ଚିମବଙ୍ଗରେ ହିଂସାକୁ ପ୍ରତିବାଦ କରି ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ନେଇ ଆନ୍ଦୋଳନ କରୁଛନ୍ତି ଜୁନିୟର ସଂଘ । ଏହାଭିତରେ 2 ସରକାରୀ ହସ୍ପିଟାଲର ଡାକ୍ତର ଇସ୍ତଫା ଦେଇଛନ୍ତି ।
ଏହାପରେ କୋଲକାତା ହାଇକୋର୍ଟ ମମତାଙ୍କୁ ଏନେଇ ଡାକ୍ତରଙ୍କ ସହ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଡାକ୍ତରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ ।