ETV Bharat / bharat

ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦରମାରୁ 10 ପ୍ରତିଶତ ନକାଟିବାକୁ ଦାବି

author img

By

Published : Apr 25, 2020, 10:56 AM IST

ସଂଗଠନଗୁଡ଼ିକ ଦ୍ୱାରା ଲିଖିତ ଏକ ଚିଠିରେ ଏୟାର ଇଣ୍ଡିଆର ନିଷ୍ପତ୍ତି ଭୁଲ ଅଟେ, ଯେଉଁଥିପାଇଁ କର୍ମଚାରୀଙ୍କ ମନୋବଳ ଦୁର୍ବଳ ହେବ ଏବଂ ସେମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହେବ। ଅଧିକ ପଢନ୍ତୁ...

AI employees
ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦରମାରୁ 10 ପ୍ରତିଶତ ନକାଟିବାକୁ ଦାବି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର କର୍ମଚାରୀ ଏବଂ ସହକର୍ମୀମାନେ ବେତନ ଭତ୍ତାରେ 10 ପ୍ରତିଶତ ହ୍ରାସ ବନ୍ଦ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ନିବେଦନ କରିଛନ୍ତି । 10 ପ୍ରତିଶତ ରିହାତିର ଭାର କର୍ମଚାରୀଙ୍କ ଉପରେ ରଖାଯାଉଛି, ଯାହା କର୍ମଚାରୀଙ୍କ ପ୍ରତି ମନୋବଳ ଭାଙ୍ଗି ଦଉଛି । କର୍ମଚାରୀମାନେ ଏକ ଚିଠିରେ ଲେଖିଛନ୍ତି ଯେ, କର୍ମଚାରୀଙ୍କ ମାର୍ଚ୍ଚ ଦରମା ଭତ୍ତା 10 ପ୍ରତିଶତ କଟି ଏପ୍ରିଲ 18 ରେ ମିଳିଥିଲା। ଫ୍ଲାଇଙ୍ଗ କ୍ରୁ ସେମାନଙ୍କ ଫେବୃଆରୀର ବେତନ ଭତ୍ତା 70 ପ୍ରତିଶତ ପାଇନାହାଁନ୍ତି ।

ଏୟାର ଇଣ୍ଡିଆ ଗୁରୁବାର ଇଣ୍ଡିଗୋର ନିଷ୍ପତ୍ତିକୁ ସମର୍ଥନ କରି ଏହି ଦାବି କରିଥିଲେ ଯେ, ଯେଉଁଥିରେ ଇଣ୍ଡିଗୋ ଏହାର ବରିଷ୍ଠ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଗୋ ସିଇଓ ରୋଞ୍ଜୟ ଦତ୍ତାଙ୍କ ଅନୁଯାୟୀ ଏୟାରଲାଇନ୍ସ ଏପ୍ରିଲ ମାସ ପାଇଁ ଦରମା ହ୍ରାସ କରିବ।

ଶୁକ୍ରବାର ଦିନ 8 ଏଆଇ କର୍ମଚାରୀ ସଂଘ ଦ୍ୱାରା ଲିଖିତ ଏକ ମିଳିତ ଚିଠିରେ କୁହାଯାଇଛି, "ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ COVID-19 ପାଇଁ ଦରମା ହ୍ରାସ ଉପରେ ଏୟାର ଇଣ୍ଡିଆ କମିଟିର ନିଷ୍ପତ୍ତିକୁ ବାତିଲ କରାଯାଉ । ଯାହା ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଅଟେ। ଲକଡାଉନ ସମୟରେ ଅନ୍ୟ ସାର୍ବଜନୀନ କ୍ଷେତ୍ର ୟୁନିଟ୍ ପରି ଆମ ସହ ମଧ୍ୟ ସେପରି ବ୍ୟବହାର କରାଯାଉ"।

ବାସ୍ତବରେ ଏୟାର ଇଣ୍ଡିଆ ସମସ୍ତ କର୍ମଚାରୀଙ୍କ ଦରମାକୁ ତିନିମାସ ପାଇଁ 10 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ 23 ରେ ମୋଦି ସରକାର ସରକାରୀ ତଥା ବେସରକାରୀ କମ୍ପାନୀଗୁଡିକୁ COVID-19 ଲକଡାଉନ ମଧ୍ୟରେ ଦରମା ହ୍ରାସ ନକରିବାକୁ କିମ୍ବା କର୍ମଚାରୀଙ୍କୁ ଛଟେଇ ନକରିବାକୁ କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.