ETV Bharat / bharat

ରାହୁଲ ଅଭିଯୋଗ, ରାଜସ୍ଥାନ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲା ବିଜେପି

ରାଜସ୍ଥାନରେ ଲାଗି ରହିଥିବା କଂଗ୍ରେସ କନ୍ଦଳ ମଧ୍ୟରେ ରାହୁଲ ଗାନ୍ଧୀ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । ଦେଶରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସରକାରଙ୍କୁ ଘେରିବା ସମୟରେ ସେ ରାଜସ୍ଥାନରେ ବିଜେପି ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟିତ ଥିବା ପରୋକ୍ଷରେ ଉଲ୍ଲେଖ କରିଛନ୍ତି ।

author img

By

Published : Jul 21, 2020, 11:03 AM IST

ରାଜସ୍ଥାନ ରାଜନୀତି ରଣ: ବିଜେପି ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କଲେ ରାହୁଲ

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗି ଥିବା କ୍ଷମତା ଯୁଦ୍ଧ ପାଇଁ କେନ୍ଦ୍ରସରକାର ତଥା ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଥିବା ସେ ଟ୍ବିଟ୍‌ କରି ଦର୍ଶାଇଛନ୍ତି ।

ଏହାସହ ଦିନକୁ ଦିନ ବଢୁଥିବା କୋରୋନା ଆକ୍ରାନ୍ତ ସଂଖ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଦେଶରେ କୋରୋନା ହେବା ପରଠୁ ସରକାର କଣ କରୁଛନ୍ତି ତାହାର କଟାକ୍ଷ କରିଛନ୍ତି ରାହୁଲ । ସରକାର କୋରୋନା ମୁକାବିଲା ଛାଡି ମଧ୍ୟପ୍ରଦେଶରେ ସରକାର ଭାଙ୍ଗିବା ଓ ରାଜସ୍ଥାନରେ ସରକାର ଭାଙ୍ଗିବାକୁ ପ୍ରୟାସ କରୁଥିବା ଦର୍ଶାଇବା ସହ ଏଥିଲାଗି ହିଁ ଦେଶ ଏବେ ଏହି ଲଢେଇରେ ଆତ୍ମନିର୍ଭର ହୋଇପାରିଛି ବୋଲି ମଧ୍ୟ କଟାକ୍ଷ କରିଛନ୍ତି ।

ରାହୁଲ ଗାନ୍ଧୀ ମଙ୍ଗଳବାର ଟ୍ବିଟ୍‌ କରି କୋରୋନା ସମୟରେ ସରକାରଙ୍କ କରିଥିବା କାର୍ଯ୍ୟର ହିସାବ ରଖିଛନ୍ତି । ସେ କହିଛନ୍ତି, ‘ସରକାର ଫେବୃଆରୀରେ ନମସ୍ତେ ଟ୍ରମ୍ପ, ମାର୍ଚ୍ଚରେ ମଧ୍ୟପ୍ରଦେଶ ସରକାର ଭାଙ୍ଗିବା, ଅପ୍ରେଲରେ ମହମବତୀ ଜଳାଇବା, ମେ’ରେ ସରକାରଙ୍କ 6 ବର୍ଷର ପୂର୍ତ୍ତି ପାଳନ, ଜୁନରେ ବିହାରରେ ଭର୍ଚୁଆଲ ରାଲି, ଜୁଲାଇରେ ରାଜସ୍ଥାନରେ ସରକାର ଭାଙ୍ଗିବାର ପ୍ରୟାସ କରିଛନ୍ତି ।’

ଯେଉଁଥିଲାଗି ଦେଶ କୋରୋନା ଲଢେଇଲେ ଆତ୍ମନିର୍ଭର ହୋଇପାରିଛି । ତେବେ ଯେଉଁ ସମୟରେ ରାଜସ୍ଥାନରେ କଂଗ୍ରେସ ମଧ୍ୟରେ କ୍ଷମତା ଯୁଦ୍ଧ ଲାଗିଛି, ସେହି ସମୟରେ ରାହୁଲଙ୍କ ଏହି ଟ୍ବିଟ୍ ଗୁରୁତ୍ବ ବହନ କରୁଛି । ରାଜସ୍ଥାନରେ ଦେଖାଦେଇଥିବା ଅସ୍ଥିରତା ପାଇଁ ରାହୁଲ ଖୋଲାଖୋଲି କେନ୍ଦ୍ରସରକାର ତଥା ବିଜେପିକୁ ଦାୟୀ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ତେବେ ଲକ୍‌ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ହେବାକୁ ଆହ୍ବାନ କରିଥିଲେ । ଯାହାକୁ କଟାକ୍ଷ କରି ଏପରି ଲେଖିଛନ୍ତି ରାହୁଲ ଗାନ୍ଧୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.