ETV Bharat / bharat

ବିଜୟ ଦିବସର ବୀରତ୍ବ, ପ୍ରଦର୍ଶନ ହେଲା ସାମରିକ ସାମଗ୍ରୀ

କାରଗିଲ ବିଜୟକୁ ପୂରିବାକୁ ଯାଉଛି 20 ବର୍ଷ । ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ବୀରତ୍ବକୁ ମନେପକାଇବ ଭାରତ । ବିଜୟ ଦିବସ ଉପଲକ୍ଷେ କାର୍ଗିଲରେ ସେନା ପ୍ରଦର୍ଶନ କରିଛି ଅନେକ ଯୁଦ୍ଧ ସାମଗ୍ରୀ ।

ଡ଼ିଜାଇନ୍ ଫଟୋ
author img

By

Published : Jul 24, 2019, 8:41 PM IST

ଜମ୍ମୁ କାଶ୍ମୀର: ଦେଶ ପାଳନ କରିବାକୁ ଯାଉଛି 20 ବର୍ଷର ବିଜୟ ଦିବସ । କାରଗିଲ ବିଜୟ ଦିବସ ବଖାଣିବ ବୀର ଯବାନଙ୍କ ବୀରତ୍ବ ଗାଥା । କାରଗିଲ ବିଜୟ ଦିବସକୁ ଆଉ ମାତ୍ର ଦୁଇ ଦିନ ପରେ ପୁରିବ କୋଡ଼ିଏ ବର୍ଷ । କିନ୍ତୁ ଏହାରି ଭିତରେ ଦେଶ ତାର ପ୍ରତିରକ୍ଷା କ୍ଷେତ୍ରକୁ କରିଛି ସୁଦୃଢ । ସେନାଙ୍କୁ କରିଛି ସଶକ୍ତ ।

Vijay Divas
ଫାଇଲ ଫଟୋ

ବିଜୟ ଦିବସ ପାଳନ ଉପଲକ୍ଷେ ଭାରତୀୟ ସେନା ପ୍ରଦର୍ଶନ କରିଛି ତାର ଅନେକ ହତିଆର ଏବଂ ଯୁଦ୍ଧାସ୍ତ୍ର । ସୀମା ନିୟନ୍ତ୍ରଣ ରେଖା ସହିତ କାରଗିଲ ଜିଲ୍ଲାର ଦ୍ରାସ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଡୋଶୀ ଦେଶର ଶତ୍ରୁଙ୍କ ଉପରେ ନଜର ରଖିବାକୁ ବ୍ୟବହାର କରାଯିବ ଏହି ସାମରିକ ସାମଗ୍ରୀ ।

ସେନାରେ ସାମିଲ ହୋଇଥିବା ଆଧୁନିକ ହତିଆର ଗୁଡ଼ିକୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ଷ୍ଟଲ ଗୁଡ଼ିକରେ ଏହି ଯୁଦ୍ଧାସ୍ତ୍ର ରଖାଯାଇଥିବା ବେଳେ, ଦେଖିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଏହା ସମ୍ବନ୍ଧରେ ସବିଶେଷ ତଥ୍ୟ ଦେଉଛନ୍ତି ବରିଷ୍ଠ ସେନାଧିକାରୀ । ସେନା ବ୍ୟବହାର କରୁଥିବା ପୁରୁଣା ହାତ ହତିଆର ସହ ଅନେକ ଆଧୁନିକ ସାମରିକ ଉପକରଣ ମଧ୍ୟ ଷ୍ଟଲରେ ରଖାଯାଇଛି ।

ଯେଉଁଥିରେ ସାମିଲ ରହିଛି ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା 40 ଏମ୍ଏମ୍ ମଲ୍ଟିଶଟ୍ ଗନ୍ ଲଞ୍ଚର । ଏହା ଦ୍ବାରା ଦୂରତାରୁ ମଧ୍ୟ ଶତ୍ରୁକୁ ସଠିକ ଭାବରେ ଚିହ୍ନିଁବା ସହ ନିହତ କରାଯାଇପାରିବ ବୋଲି କହିଛନ୍ତି ସେନା ଅଧିକାରୀ ଭୁପିନ୍ଦର ସିଂହ ।

ଅନ୍ୟ ଜଣେ ସେନା ଅଧିକାରୀ ଅଶୋକ କୁମାର କହିଛନ୍ତି ଏହି ଗନ୍ ଲଞ୍ଚର ଶତ୍ରୁ ଉପରେ ନଜର ରଖିବାକୁ ସାହାଯ୍ୟ କରିବ । ଯେ କୌଣସି ପାଣିପାଗରେ ଏହା କମାଲ କରିବ । ବିଦେଶରୁ ଅଣା ଯାଇଥିବା ଏହି ସାମରିକ ସାମଗ୍ରୀକୁ ଭାରତୀୟ ସ୍ଥଳ ସେନାରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ସେନା ଅଧିକାରୀ ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.