ହାଇଦ୍ରାବାଦ: ବାସ୍ କିଛି ଘଣ୍ଟାର ଅପେକ୍ଷା ଆସିବ ଐତିହାସିକ ଅଯୋଧ୍ୟା ରାୟ । ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ ଓ ଜାମ୍ମୁକାଶ୍ମୀରରେ ସ୍କୁଲକୁ ବନ୍ଦ ରଖାଯାଇଛି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ମୁମ୍ବାଇରେ ରାତି ଅଧିଆ ଚେକିଂ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ଢିଲା ନ ରୁହେ ପୋଲିସ ସଜାଗ ରହିଛି। ସହରରେ ପୋଲିସ ଛାଉଣୀ ହୋଇ ରହିବା ସହ ପାଟ୍ରୋଲିଂ ଜୋରଦାର କରାଯାଇଛି । ରାସ୍ତାରେ ଯାଉଥିବା ପ୍ରତ୍ୟେକ ଗାଡିକୁ ଟିକନିକ୍ ତନଖି କରୁଛି ପୋଲିସ । କେବଳ ମୁମ୍ବାଇ ନୁହେଁ ବିଭିନ୍ନ ରାଜ୍ୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।