ETV Bharat / bharat

ପୁଣି ଦୁଇ ମୁସଲିମ୍ ଯୁବକଙ୍କୁ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ - boy going deliver food

ଗତ ରବିବାର ମହାରାଷ୍ଟ୍ରର ଔରଙ୍ଗାବାଦର ଆଜାଦ ଚୌକର ଦୁଇ ମୁସଲିମ୍ ଯୁବକଙ୍କୁ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 22, 2019, 1:42 PM IST

ମୁମ୍ବାଇ: ପୁଣି ଦୁଇ ମୁସଲିମ୍ ଯୁବକଙ୍କ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଗତ ରବିବାର ମହାରାଷ୍ଟ୍ରର ଔରଙ୍ଗାବାଦର ଆଜାଦ ଚୌକର ଦୁଇ ମୁସଲିମ୍ ଯୁବକଙ୍କୁ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରାଯାଇଥିବା ନେଇ ସେମାନେ ଥାନାରେ ଚାରି ଜଣ ଯୁବକଙ୍କ ନାମକ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଅନୁଯାୟୀ, ଶୈଖ ଆମର୍ ନାମକ ଯୁବକ ଅନଲାଇନ ଖାଦ୍ୟ ଡେଲିଭର କାର୍ଯ୍ୟ କରନ୍ତି । ତେବେ ଗତ ରବିବାର ସେ ଏବଂ ତାଙ୍କର ବନ୍ଧୁ ଔରଙ୍ଗାବାଦର ଆଜାଦ ଚୌକକୁ ଏକ ଖାଦ୍ୟ ଡେଲିଭର କରିବାକୁ ଯାଉଥିଲେ । ଉକ୍ତ ସମୟରେ କାରରେ କିଛି ଯୁବକ ଆସି ସେମାନଙ୍କୁ ଅଟକାଇ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରିଥିଲେ । ପ୍ରଥମେ ଶୈଖ ମନା କରିଥିଲେ ପରେ ଯୁବକମାନେ ଧମକାଇବାରୁ ବାଧ୍ୟ ହୋଇ ସେ ଜୟ ଶ୍ରୀ ରାମ କହିଥିଲେ ।

ଏହାପରେ ଶୈଖ ଏନେଇ ଔରଙ୍ଗାବାଦ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହେବା ସହ ସିସିଟିଭି ଫୁଟେଜ ମାଧ୍ୟମରେ ଅଭିଯୁକ୍ତମାନଙ୍କ ଚିହ୍ନଟ ପ୍ରୟାସ ଜାରି ରହିଛି ବୋଲି ଔରଙ୍ଗାବାଦ କମିଶନର ଚିରଞ୍ଜିବ ପ୍ରସାଦ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.