ETV Bharat / bharat

ମୋଦି ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବି: ଟ୍ରମ୍ଫ - ପୁଣି ନିଜ କଥା ଦୋହରାଇଲେ ଟ୍ରମ୍ଫ

ପୁଣି ନିଜ କଥା ଦୋହରାଇଲେ ଟ୍ରମ୍ଫ । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କଲେ ଇଚ୍ଛା ପ୍ରକଟ । ସେପଟେ ସେପଟେ ବ୍ୟାଙ୍କଙ୍କ୍ ଗସ୍ତରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯାଇଥିବା ବେଳେ କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓଙ୍କୁ ଜଣାଇ ଦେଇଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 2, 2019, 12:02 PM IST

ୱାସିଂଟନ: ପୁଣି ନିଜ କଥା ଦୋହରାଇଲେ ଟ୍ରମ୍ଫ । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କଲେ ଇଚ୍ଛା ପ୍ରକଟ । ଯଦି ମୋଦି ଚାହାନ୍ତି ତେବେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ବୟାନକୁ ଖଣ୍ଡନ କରିଥିଲା ଭାରତ । ସେପଟେ ବ୍ୟାଙ୍କଙ୍କ୍ ଗସ୍ତରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ନେଇ ମତ ରଖିଛନ୍ତି । କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓଙ୍କୁ ଜଣାଇ ଦେଇଛନ୍ତି ।

ଟ୍ରମ୍ଫ ଏପରି ମଧ୍ୟ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଲଢେଇ ଦୀର୍ଘଦିନ ଧରି ଲାଗିରହିଛି । ମତେ ଲାଗୁଛି ଦୁଇ ଦେଶ ଏବେ ଏକାଠି ହେବା ଦରକାର । ମଧ୍ୟସ୍ଥତା ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ କଥା ହୋଇସାରିଛି । ଯଦି ଭାରତ ଚାହେଁ ତେବେ ମୁଁ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ସେପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବ୍ୟାଙ୍କଙ୍କ ଗସ୍ତରେ ଯାଇଥିବା ବେଳେ ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ତେବେ ସେ ପମ୍ପେଓଙ୍କ ସହ ସ୍ବତନ୍ତ୍ର ଆଲୋଚନା କରି ଜଣାଇ ଦେଇଛନ୍ତି ଯେ, ଏ ବିବାଦରେ କେବଳ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନା ହେବ।

ତେବେ ଏଠାରେ ସୂଚନା ଥାଉ ଯେ, ନିକଟରେ ଇମ୍ରାନ ଖାନଙ୍କ ସହ ଏକ ସାକ୍ଷାତ ସମୟରେ ଡୋନାଲ୍ଡ ଟ୍ରମ୍ଫ ଏକ ବୟାନ ଦେଇଥିଲେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଟ୍ରମ୍ପ କହିଥିଲେ କାଶ୍ମୀର ମାମଲାରେ ମୋଦି ତାଙ୍କୁ ମଧ୍ୟସ୍ଥତା କରିବାକୁ କହିଛନ୍ତି । ଏହିକଥା ପ୍ରଘଟ ହେବା ପରେ ଭାରତ ଏହାକୁ ଖଣ୍ଡନ କରିଥିଲା ।

କେବଳ ଭାରତ ନୁହେଁ ଆମେରିକା ସାଂସଦ ବ୍ରାଡ ସେରମେନ ନିଜ ଟ୍ବିଟର ଆକାଉଣ୍ଟରେ ଭାରତୀୟ ରାଜଦୂତ ହର୍ଷ ଶୃଙ୍ଗାଳଙ୍କ ଠାରୁ କ୍ଷମାପ୍ରାର୍ଥନା କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଭାରତ ଏଭଳି ମଧ୍ୟସ୍ଥତାକୁ କେବେ ହେଲେ ସ୍ବୀକାର କରିବ ନାହିଁ ବୋଲି ଟ୍ବିଟରରେ କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.