ETV Bharat / bharat

ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଯାଇ ହଟହଟା ବିଧାୟକ - chamaki

ବିହାର ଚମକି ଜ୍ବରରେ ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଯାଇ ହଟ୍ଟହଟ୍ଟା ହେଲେ ବିଧାୟକ ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର
author img

By

Published : Jun 23, 2019, 11:42 PM IST

ନୂଆଦିଲ୍ଲୀ: ବିହାରରେ ଆତଙ୍କ ଖେଳାଇଛି ଚମକି ଜ୍ବର । ଏଥିରେ 167 ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ ବୈଶାଳୀ ଜିଲ୍ଲାରେ ପାଖାପାଖି 12 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ସେହିପରି ମୁଜାଫରପୁରରେ ସବୁଠୁ ଅଧିକ 130 ଜଣ ଶିଶୁ ଏହି ଜ୍ବରରେ ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣାରେ ଲୋକେ ନେତା, ମନ୍ତ୍ରୀ ଓ ବିଧାୟଙ୍କ ଉପରେ ଖପ୍ପା ଥିବା ଦେଖିବାକୁ ମିଳିଛି ।

ତେବେ ବିହାରର ବୈଶାଳୀ ଜିଲ୍ଲାରେ ଲୋକଙ୍କ ଅକ୍ରୋଶର ଶିକାର ହୋଇଛନ୍ତି ଲୋକ ଜନ ଶକ୍ତି ପାର୍ଟି(ଏଲଜିପି)ର ବିଧାୟକ ରାଜକୁମାର ସାହ । ଜିଲ୍ଲାର ଲାଲଗଞ୍ଜ ଗାଁକୁ ରବିବାର ବିଧାୟକ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବାକୁ ଯାଇଥିବା ସମୟରେ ଲୋକେ ତାଙ୍କୁ ଚାରି ପଟୁ ଘେରି ଯାଇଥିଲେ । ସେମାନଙ୍କ ଅଭିଯୋଗ ଥିଲାଯେ, ଯେଉଁସମୟରେ ବିଧାୟକଙ୍କ ଅଞ୍ଚଳରେ ଚମକି ଜ୍ବରରେ ଶିଶୁ ମାନେ ପ୍ରାଣ ହରାଉଥିଲେ ସେହି ସମୟରେ ବିଧାୟକ ରାଜକୁମାର କେଉଁଠି ଥିଲେ । ସେହି ସମୟରେ କଣ ପାଇଁ ସେ ସ୍ବାସ୍ଥାବସ୍ଥା ସମୀକ୍ଷା କରିବାକୁ ଆସିନଥିଲେ ।

ତେବେ ଖବରପାଇ ଘଟଣାସ୍ଥଳରେ ଏସଡିଓ ପହଞ୍ଚି ବିଧାୟକଙ୍କୁ ସ୍ଥାନୀୟ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଲୋକେ ଭାଙ୍ଗି ଦେଇଥିବା ତାଙ୍କ ଗାଡିକୁ ମଧ୍ୟ ଜବତ କରିଥିଲେ ।

Intro:Body:

dfgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.