ETV Bharat / bharat

ଝିଅ ଜନ୍ମ ଦେଲେ ବୋଲି...

ଝିଅ ଜନ୍ମ ହେଲେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଲେ । ବର୍ତ୍ତମାନ ପରିସ୍ଥିତିରେ ଦିନକୁ ଦିନ ପୁଅଙ୍କ ତୁଳନାରେ ଝିଅଙ୍କ ହାର କମିଯାଉଥିବାବେଳେ ଉତ୍ତରାଖଣ୍ଡର ସସ୍ତଧାରା ଅଞ୍ଚଳରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଅତ୍ୟାଚାରର ଶିକାର ହୋଇଛନ୍ତି ଜଣେ ମହିଳା ।

ପ୍ରତିକାତ୍ମକ ଫଟୋ
author img

By

Published : Jul 25, 2019, 11:17 PM IST

ଡେରାଡୁନ: ଉତ୍ତରାଖଣ୍ଡର ରାୟପୁର ଥାନ୍ତା ଅନ୍ତର୍ଗତ ସସ୍ତଧାରା ଅଞ୍ଚଳରେ ବାସ କରୁଥିବା ଜଣେ ମହିଳା ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ମହିଳାଙ୍କର କହିବାନୂଯାୟୀ, 2017 ମସିହାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଦ୍ବାରା ତାଙ୍କ ସ୍ବାମୀ, ଶାଶୁ-ଶ୍ବଶୂର ମିଶି ବହୁ ନିର୍ଯାତନା ଦେଲେ । ଶେଷରେ ସେ ଅତିଷ୍ଠ ହୋଇପଡି ନିଜ ଅଢେଇ ବର୍ଷର ଝିଅକୁ ଧରି ତାଙ୍କ ବାପା ମାଆଙ୍କ ଘରେ ରହୁଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏଘଟଣାରେ ସେ ପୋଲିସକୁ ମଧ୍ୟ ଜଣାଇଥିଲେ ହେଲେ ପୋଲିସ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ସେ କହିଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀ ଜଣେ ଆର୍କିଟେକ୍ଟ ଯେଉଁଥିପାଇଁ ବଡବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବହୁ ରାଜନୈତିକ ସମ୍ପର୍କ ରହିଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଖାଲି ସେତିକି ନୁହେଁ ଯଦି ଏବିଷୟରେ କେଉଁଠି ଅଭିଯୋଗ କରେ ତେବେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ମିଳିଛି । ଆଉ ସବୁ ଜାଣି ମଧ୍ୟ ଚୁପ ବସିଛି ପୋଲିସ ।

ଯେଉଁଥିପାଇଁ ନ୍ୟାୟ ଆଶାରେ ମହିଳା ଜଣଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିବା କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.