ETV Bharat / bharat

ଅନ୍ୟ ରାଜ୍ୟରେ ଫସିଥିବା ମଧ୍ୟପ୍ରଦେଶ ଶ୍ରମିକଙ୍କୁ ଉଦ୍ଧାର କରିବେ ସରକାର

ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ସୂଚନା ଦେଇଛନ୍ତି ।

migrant labours
ମଧ୍ୟପ୍ରଦେଶ ସରକାର
author img

By

Published : Apr 25, 2020, 11:46 AM IST

ଭୋପାଳ: ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ସୂଚନା ଦେଇଛନ୍ତି ଯେ, ମଧ୍ୟପ୍ରଦେଶର ଶ୍ରମିକମାନେ ଲକଡାଉନ୍ ଥିବାରୁ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏନେଇ ସହ କଥା ହୋଇଛନ୍ତି।

ଏଥିପାଇଁ ଶୀଘ୍ର ଶ୍ରମିକମାନଙ୍କ ବିଷୟରେ ସୂଚନା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଅନ୍ୟ ରାଜ୍ୟରୁ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟ ତରଫରୁ ଶିବରାଜ ସିଂ ଚୌହାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଶ୍ଚିତ କରିଛନ୍ତି।

ଏହା ସହିତ ମଧ୍ୟପ୍ରଦେଶର ଅନ୍ୟ ରାଜ୍ୟର ଫସି ରହିଥିବା ଶ୍ରମିକମାନଙ୍କୁ ମଧ୍ୟ ସେମାନଙ୍କ ରାଜ୍ୟ ଯିବାକୁ ଅନୁମତି ଦିଆଯିବ। କେବଳ ଅନ୍ୟ ରାଜ୍ୟ ନୁହେଁ, ମଧ୍ୟପ୍ରଦେଶର ଅନ୍ୟ ଏକ ଜିଲ୍ଲାରେ ଫସି ରହିଥିବା ଶ୍ରମିକମାନେ ମଧ୍ୟ ନିଜ ଜିଲ୍ଲାକୁ ଫେରିପାରିବେ। ଏହି ପରିପ୍ରେକ୍ଷୀରେ ଖୁବ୍ ଶୀଘ୍ର ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।

ତେବେ କୋରୋନା ସଂକ୍ରମିତ ଇନ୍ଦୋର ଜିଲ୍ଲାର କୌଣସି ଶ୍ରମିକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ କାରଣ ଏହା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ରହିବ। ସିଏମ ଶିବରାଜ କହିଛନ୍ତି ଯେ, ସାମାଜିକ ଦୂରତାକୁ ଅତି ଯତ୍ନର ସହ ଅନୁସରଣ କରି ଏହି କାର୍ଯ୍ୟ କରାଯିବ। ରାଜ୍ୟ ତଥା ଜିଲ୍ଲା ସୀମାରେ ଫେରୁଥିବା ଶ୍ରମିକମାନଙ୍କ ସ୍କ୍ରିନିଂ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.