ETV Bharat / bharat

ଅବସର ପରେ ବି ଗୋଗୋଇଙ୍କୁ z-ପ୍ଲସ ସୁରକ୍ଷା

author img

By

Published : Nov 16, 2019, 2:49 PM IST

ଅବସର ପରେ ବି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ସୁରକ୍ଷା ଦେବ ଜେଡ-ପ୍ଲସ । ଆସନ୍ତାକାଲି ଅବସର ନେବାକୁ ଥିବାବେଳେ ବଳକା ସମୟ ସେ ଆସାମରେ ରହିବା ନେଇ ଜଣାପଡିଛି ।

ଅବସର ପରେ ବି ଗୋଗୋଇଙ୍କୁ z-ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ଆସନ୍ତାକାଲି ଅବସର ନେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଅବସର ପରେ ସେ ଆସାମରେ ରହିବା ନେଇ ଜଣାପଡିଛି । ତେବେ ଏହି ସମୟରେ ତାଙ୍କର ସୁରକ୍ଷା ପାଇଁ ଜେଡ-ପ୍ଲସ ଯୋଗାଇ ଦିଆଯିବ ।

ବହୁ ଚର୍ଚ୍ଚିତ ଓ ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାର ରାୟ ପୂର୍ବରୁ ଗୋଗାଇଙ୍କ ସମେତ 4 ବିଚାରପତିଙ୍କ ମଧ୍ୟ ୱାଇ-ପ୍ଲସ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ଗୋଗାଇଙ୍କ ଘର ଦେବ୍ରୁଗଡ ସହିତ ଗୌହ୍ବାଟୀରେ ଆସାମ ପୋଲିସ ପକ୍ଷରୁ ସୁରକ୍ଷା ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ଜଣେ ଅଧିକାରୀ ନିଜ ପରିଚୟ ଗୋପନୀୟ ରଖି କହିଛନ୍ତି, ଗୋଗୋଇଙ୍କ ସୁରକ୍ଷା ପାଇଁ ଜେଡ-ପ୍ଲସର ସୁବିଧା ଯୋଗାଇବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଏହି ସୁବିଧା କେବଳ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଥାଏ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.