ETV Bharat / bharat

ଓଡିଶା, ପଞ୍ଜାବ ପରେ ରାଜସ୍ଥାନରେ ବଢିଲା ଲକ୍ ଡାଉନ୍ ଅବଧି

ଓଡିଶା, ପଞ୍ଜାବ ପରେ ଏବେ ରାଜସ୍ଥାନ ତୃତୀୟ ରାଜ୍ୟ ଭାବେ ଲକ୍ ଡାଉନ୍ ଅବଧି ବଢେଇଛି । ଏପ୍ରିଲ 30 ଯାଏଁ ରାଜସ୍ଥାନ ମଧ୍ୟ ଲକ୍ ଡାଉନ୍ ଅବଧି ବୃଦ୍ଧି କରିଛି ।

Rajasthan Extends Lockdown
ରାଜସ୍ଥାନରେ ବଢିଲା ଲକ୍ ଡାଉନ୍ ଅବଧି
author img

By

Published : Apr 11, 2020, 9:16 AM IST

ଜୟପୁର: ଓଡିଶା, ପଞ୍ଜାବ ପରେ ଏବେ ରାଜସ୍ଥାନ ତୃତୀୟ ରାଜ୍ୟ ଭାବେ ଲକ୍ ଡାଉନ୍ ଅବଧି ବଢେଇଛି । ଏପ୍ରିଲ 30 ଯାଏଁ ରାଜସ୍ଥାନ ମଧ୍ୟ ଲକ୍ ଡାଉନ୍ ଅବଧି ବୃଦ୍ଧି କରିଛି । 24 ଘଣ୍ଟା ମଧ୍ୟରେ ରାଜସ୍ଥାନରେ ବର୍ତ୍ତମାନ 98 କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 561 କୋରୋନା ରୋଗୀ ।

ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା 8 ରହିଛି । ଶୁକ୍ରବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭିଡିଓ କନଫରେନ୍ସିଂ ଜରିଆରେ ବ୍ୟବସାୟୀ ଓ ବିଭିନ୍ନ ଆସୋସିଏସନ ସହ ଆଲୋଚନା କରିଥିଲେ । ନାଗରିକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଶୁକ୍ରବାର ଠାରୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରୋହିତ କୁମାର ସିଂ ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ସ୍ବାର୍ଥରେ ରାଜସ୍ଥାନ ମହାମାରୀ ରୋଗ ଅଧିନିୟମ, 1957 ର ଧାରା (2) ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

ପ୍ରଥମେ ଓଡିଶା ଲକ୍ ଡାଉନ୍ ଅବଧି ବଢାଇଥିଲା । ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏନେଇ ଘୋଷଣା କରିଥିଲେ । ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏପ୍ରିଲ 14 ପରେ ବି ଲକ୍ ଡାଉନ୍ ଜାରି ରହିବ ବୋଲି କହିଛନ୍ତି । ଏହା ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କରାଯାଉଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.