ଚଣ୍ଡିଗଡ଼: ଲକଡାଉନ ସମୟରେ ମହାରାଷ୍ଟ୍ରର ନନ୍ଦେଡରେ ଥିବା ପ୍ରସିଦ୍ଧ ଶିଖ ମନ୍ଦିରରୁ 1,750 କିଲୋମିଟର ଦୀର୍ଘ ସାହସିକ ଯାତ୍ରା ପରେ ରବିବାର ପ୍ରାୟ 300 ଶିଖ୍ ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ପଞ୍ଜାବରେ ନିଜ ଘରକୁ ଫେରିଛନ୍ତି ।
COVID-19 ପରେ ଦେଶବ୍ୟାପୀ ତାଲା ପଡିଥିବାରୁ ପାଖାପାଖି 3500 ତୀର୍ଥଯାତ୍ରୀ ନନ୍ଦେଡର ତାଖ ଶ୍ରୀହାଜୁର ସାହିବରେ ଅଟକି ରହିଥିଲେ । ପରେ ସେମାନଙ୍କ ପାଇଁ ପଞ୍ଜାବ ସରକାର ବସ ବ୍ୟବସ୍ଥା କରିଥିଲେ ।
ଆସନ୍ତା ତିନି-ଚାରି ଦିନ ମଧ୍ୟରେ ସମସ୍ତେ ପଞ୍ଜାବକୁ ଫେରିବେ ବୋଲି ଜଣେ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି। ପଞ୍ଜାବରେ ଥିବା ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଡାକ୍ତରମାନେ ସେମାନଙ୍କୁ ସ୍କ୍ରିନିଂ କରି ପରୀକ୍ଷା କରିବା ସହ 14 ଦିନିଆ କଡା କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ପଞ୍ଜାବ ସରକାର ଦୁଇ ଦିନ ପୂର୍ବରୁ ସମସ୍ତ ଅତିରିକ୍ତ ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ 80 ଟି ଅତିରିକ୍ତ ବସ୍ ପଠାଇଥିଲେ।
@IANS