ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ 370 ହଟିବା ପରେ ଏବେ ସେଠାକାର ସ୍ଥିତି ସୁଧୁରିବାରେ ଲାଗିଛି । ଶ୍ରୀନଗରର ହାର୍ଟ ବା ହୃଦୟ କୁହାଯାଉଥିବା ଲାଲଚୌକରେ ସାଧାରଣ ଜୀବନ ଯାପନ ଆରମ୍ଭ ହୋଇଛି ।
ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟ 5 ତାରିଖରୁ ଲାଲଚୌକରେ ବ୍ୟାରିକେଡ ଓ ତାର ଜାଲି ଲଗାଯାଇଥିଲା । ତେବେ 15 ଦିନ ପରେ ଆଜି(ମଙ୍ଗଳବାର) ରାସ୍ତା ଖୋଲି ଦିଆଯାଇଛି । ସେହିପରି ବୁଧବାର ଠୁ ସମସ୍ତ ସ୍କୁଲ ଖୋଲିବା ନେଇ ସୂଚନା ମିଳିଛି । ଏହାଦ୍ବାରା କୌଣସି ବ୍ୟକ୍ତି ଘାଟିରେ ଆଇନ ଭାଙ୍ଗିବାକୁ ଚେଷ୍ଟା ନକରିବା ସହ କୌଣସି ଅପ୍ରତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇନି ।
ଜମ୍ମୁ କଶ୍ମୀରର ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସୈୟଦ ସହରୀଶ ଅସଗର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଯେ, ଜମ୍ମୁରେ ଆଇନ ବ୍ୟବସ୍ଥା ଅଲ୍ଲଙ୍ଘନ ନେଇ କୌଣସି ମାମଲା ରୁଜୁ ହୋଇନାହିଁ।