ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମୋଦିଙ୍କ ଦ୍ବିତୀୟ ଇନିଂସ । ଗତକାଲି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରାଇସିନା ହଲରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ଆଲୋକିତ ହୋଇଛି ଆବୁଧାବିର ଫେମସ ଆଡନକ ଟାୱାର । ମୋଦିଙ୍କ ବିଜୟ ଖୁସିରେ ଏହି ଟାୱାର ରଙ୍ଗୀନ ହୋଇଥିବା ବେଳେ ଏହା ଦୁଇ ଦେଶର ମଜବୁତ ସମ୍ପର୍କକୁ ସୂଚିତ କରୁଛି।
''ଏହା ହେଉଛି ପ୍ରକୃତ ବନ୍ଧୁତା । ପ୍ରଧାନମନ୍ତ୍ରୀ ଭାବେ ମୋଦି ଦ୍ବିତୀୟ ଥର ଶପଥ ନେବା ପରେ ଆବୁଧାବିର ଫେମସ ଆଡନକ ଟାୱାର ଓ ୟୁଏଇ ଫ୍ଲାଗ ଓ ମୋଦିଙ୍କ ପ୍ରତିମୂର୍ତ୍ତି ତାହା ସୂଚାଇଛି '' ବୋଲି ଭାରତୀୟ ଆମ୍ବାସାଡାର ନବଦୀପ ସିଂ ସୁରି ଟ୍ୟୁଟ କରି କହିଛନ୍ତି ।
ତାଙ୍କ କହିବା ଅନୁସାରେ 2015 ମସିହାରୁ ମୋଦିଙ୍କ ଏହି ଯାତ୍ରା ପରେ ଭାରତ ଓ ୟୁଏଇ ସମ୍ବିଧାନରେ ବାସ୍ତବିକ ପରିବର୍ତ୍ତନ ଦେଖାଦେଇଛି । ଏହି ବନ୍ଧୁତା ବିଗତ 4 ବର୍ଷ ଧରି ଆବୁଧାବି ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ଓ ମୋଦିଙ୍କ ଭିତରେ ରହିଛି । ଯାହାକୁ ସମଗ୍ର ଭାରତ ଗତକାଲି ନିଆରା ଢଙ୍ଗରେ ଦେଖିପାରିଛି ।