ETV Bharat / bharat

ଭୂମି ପୂଜା ପାଇଁ ରଞ୍ଜନ ଗୋଗୋଇଙ୍କୁ ଡାକିବାକୁ କଂଗ୍ରେସର ଦାବି - ପ୍ରଧାନମନ୍ତ୍ରୀ ମୋଦି

ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜାରେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନିମନ୍ତ୍ରଣ ଦେବା ପାଇଁ କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ...

ଭୂମି ପୂଜା ପାଇଁ ରଞ୍ଜନ ଗୋଗୋଇଙ୍କୁ ଡାକିବାକୁ କଂଗ୍ରେସର ଦାବି

author img

By

Published : Jul 27, 2020, 8:23 PM IST

ନୂଆଦିଲ୍ଲୀ: ଆଗାମୀ ଅଗଷ୍ଟ 5ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜା ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ସବରେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନିମନ୍ତ୍ରଣ ଦେବା ପାଇଁ କଂଗ୍ରେସ ଦାବି କରିଛି ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହି ଦାବି ଉଠାଇଛନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟା ଭୂମି ପୂଜା ପାଇଁ ଗୋଗୋଇଙ୍କୁ ନିମନ୍ତ୍ରଣ ଦିଆଯିବା ଆବଶ୍ୟକ । ନହେଲେ ଏହା ତାଙ୍କ ପ୍ରତି ଅନ୍ୟାୟ ହେବ । ରାମ ମନ୍ଦିର ନିର୍ମାଣ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯିବା କଷ୍ଟକର ହୋଇପଡିବ । ହେଲେ ରଞ୍ଜନକୁ ଡାକିବା ଜରୁରୀ ବୋଲି ସେ କହିଛନ୍ତି ।

ଅଧୀର ଆହୁରି କହିଛନ୍ତି ଯେ ଉତ୍ସବକୁ ଶିଳ୍ପପତି, ରାଜନେତା, ଶାସକ ଦଳର ସଦସ୍ୟ, ରାମଜନ୍ମଭୂମି ଆନ୍ଦୋଳନର ସଦସ୍ୟ ସମସ୍ତେ ଆସିବେ । ଏପରି ସମୟରେ ଗୋଗୋଇଙ୍କୁ ନଡାକିବା ଅନ୍ୟାୟ ହେବ । ଭୂମି ପୂଜାର ଆୟୋଜକମାନେ ନିଜେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଡାକିବା ଉଚିତ ବୋଲି ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ଗୋଗୋଇ ଗତବର୍ଷ ନଭେମ୍ବର 9ରେ ଏକ 5 ଜଣିଆ ଖଣ୍ଡପୀଠର ନେତୃତ୍ବ ନେଇ ଏହି ଐତିହାସିକ ଅଯୋଧ୍ୟା ଜମି ମାମଲାର ଶୁଣାଣି କରିଥିଲେ ।

ତେବେ ଏହାପରେ ସେ ଅବସର ନେଇଥିବାବେଳେ ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିରୋଧୀମାନେ ତୀବ୍ର ସମାଲୋଚନା କରିଥିଲେ । ସେ ଭାରତର 46ତମ ମୁଖ୍ୟ ବିଚାରପତି ଭାବେ ଅକ୍ଟୋବର 3, 2018ରୁ ନଭେମ୍ବର 17, 2019 ଯାଏଁ ଦାୟିତ୍ବ ଗ୍ରହଣ କରିଥିଲେ । ଅବସରବେଳେ ସେ କହିଥିଲେ ଯେ ଭାରତରେ ଥିବା ବିଚାରଧୀନ କେସ ଯୋଗୁଁ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.