ETV Bharat / bharat

ଦିଲ୍ଲୀରେ ବଢୁଛି କୋରୋନା ପରୀକ୍ଷା, 40% ଆକ୍ରାନ୍ତଙ୍କ ଫୋନ ଓ ଠିକଣା ଭୁଲ - ଦିଲ୍ଲୀରେ ବଢୁଛି କୋରୋନା ପରୀକ୍ଷା

ଦିଲ୍ଲୀରୁ ଆସିଲା ସାଂଘାତିକ ତଥ୍ୟ । ଆଣ୍ଟିଜେନ ପରୀକ୍ଷଣ ପରେ ପଜିଟିଭ ଆସିଥିବା ପ୍ରାୟ 40ରୁ 50 ପ୍ରତିଶତ ଲୋକଙ୍କ ଫୋନ ନମ୍ବର ଏବଂ ଘର ଠିକଣା ଭୁଲ । ଯାହା ସରକାରଙ୍କ ନିଦ ହଜାଇ ଦେଇଛି ।

ଠିକଣା ଲୁଚାଉଛନ୍ତି କୋରୋନା ପଜିଟିଭ୍
ଠିକଣା ଲୁଚାଉଛନ୍ତି କୋରୋନା ପଜିଟିଭ୍
author img

By

Published : Jun 27, 2020, 5:30 PM IST

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସପ୍ତାହେ ମଧ୍ୟରେ ପ୍ରତିଦିନ 16 ରୁ 21 ହଜାର ଲୋକଙ୍କୁ ଦିଲ୍ଲୀରେ ପରୀକ୍ଷା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ମହାମାରୀ ସମୟରେ ଦିଲ୍ଲୀରେ 4.5 ଲକ୍ଷରୁ ଅଧିକ ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ଗତ 5 ଦିନ ମଧ୍ୟରେ 50 ହଜାର ପରୀକ୍ଷା କରାଯାଇଛି। ଏହା ଏକ ରେକର୍ଡ ସଂଖ୍ୟା । ପରୀକ୍ଷଣର ଗତି ବଢିଛି କିନ୍ତୁ ଅନୁସନ୍ଧାନ କରାଯାଉଥିବା ସନ୍ଦିଗ୍ଧଙ୍କ ମଧ୍ୟରେ 40 ରୁ 50 ପ୍ରତିଶତ ଲୋକ ବର୍ତ୍ତମାନ କେଉଁଠାରେ ରହୁଛନ୍ତି ତାହା ଜଣାପଡିନାହିଁ ।

ଯେଉଁମାନେ ଆଣ୍ଟିଜେନ୍ ପରୀକ୍ଷା କରୁଛନ୍ତି, ସେମାନେ ପରୀକ୍ଷା ପୂର୍ବରୁ ଘର ଠିକଣା ଓ ମୋବାଇଲ୍ ନମ୍ବର ଭୁଲ୍ ଦେଉଥିବାର ଜଣାପଡିଛି । ସେଥିମଧ୍ୟରୁ 45 ପ୍ରତିଶତ ଫୋନ୍ ନମ୍ବର ଭୁଲ ରହୁଛି । ଯେବେଠୁ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି, ସେହି ଦିନଠାରୁ 40 ରୁ 50 ପ୍ରତିଶତ କୋରୋନା ପଜିଟିଭ୍ ନିଖୋଜ ଅଛନ୍ତି ।

କୋରୋନା ଯାଞ୍ଚ କରିବା ପାଇଁ RT-PCR ପରୀକ୍ଷା କରାଯାଉଥିଲା । ଏହି ପରୀକ୍ଷା ପୂର୍ବରୁ ମୋବାଇଲ୍ ନମ୍ବର ଓ ଅନ୍ୟାନ୍ୟ ସୂଚନା ଲୋକଙ୍କଠାରୁ ନିଆଯାଇଥିଲା । ପ୍ରଥମେ ଠିକଣା ଯାଞ୍ଚ ହେବା ପରେ ପରୀକ୍ଷା କରାଯାଉଥିଲା କିନ୍ତୁ ଆଣ୍ଟିଜେନ୍ ପରୀକ୍ଷା ପୂର୍ବରୁ ମୋବାଇଲ୍ ନମ୍ବର ଓ ଘର ଠିକଣା ନିଆଯାଇଥିଲା, କିନ୍ତୁ ଏହାର ଅନୁସନ୍ଧାନ କରାଯାଇ ନାହିଁ। ବର୍ତ୍ତମାନ ଦିଲ୍ଲୀର 11 ଟି ଜିଲ୍ଲାର ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ସହାୟତାରେ ପୋଲିସ ତଦନ୍ତ କରି ଲୋକଙ୍କୁ ଖୋଜିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.