ନୂଆଦିଲ୍ଲୀ: କୋଭିଡ 19 ବିରୋଧରେ ମୁକାବିଲା କରିବା ପାଇଁ ଆଦାନୀ ଫାଉଣ୍ଡେସନ ପିଏମ କେୟାର୍ସ ଫଣ୍ଡକୁ 100 କୋଟି ଟଙ୍କା ପ୍ରଦାନ କରିବ । ସେହିପରି ଭୂତାଣୁ ମୁକାବିଲା କରିବାରେ ସରକାର ଓ ନାଗରିକ ମାନଙ୍କୁ ସହାୟତା କରିବା ପାଇଁ ଅତିରିକ୍ତ ଉତ୍ସ ଯୋଗାଇବ ବୋଲି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଟ୍ବିଟରରେ ପ୍ରକାଶ କରିଛନ୍ତି ।
ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ‘COVID19 ବିପକ୍ଷରେ ଭାରତ କରୁଥିବା ଯୁଦ୍ଧରେ ଆଦାନୀ ଗ୍ରୁପ ଭାଗ ନେବାକୁ ଆଗ୍ରହୀ ହୋଇଛି । ଏହି ଭୂତାଣୁ ପରୀକ୍ଷଣ ସମୟରେ ସରକାର ଏବଂ ନାଗରିକମାନଙ୍କୁ ସହାୟତା କରିବା ପାଇଁ ଆଦାନୀ ଗ୍ରୁପ ଅତିରିକ୍ତ ଉତ୍ସ ଯୋଗାଇବ ।’
ରବିବାର ସୁଦ୍ଧା ଭାରତରେ 1024 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି କୋରୋନାରେ 27 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦେଶରେ 96 ଜଣ ସୁସ୍ଥ ହୋଇଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି ।
@ANI