ETV Bharat / bharat

ସାବରୀମାଳା ଦର୍ଶନ ପାଇଁ ମିଳିଲାନି ସୁରକ୍ଷା, ଫେରିଗଲେ ତୃପ୍ତି - trupti desai canceled sabarimala plan

କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିର ଭିତରେ ପ୍ରବେଶ କରିବା ଯୋଜନାକୁ ରଦ୍ଦ କରିଛନ୍ତି ସାମାଜିକ କର୍ମୀ ତୃପ୍ତି ଦେଶାଇ ।

trupti-desai
ଫାଇଲ ଫଟୋ
author img

By

Published : Nov 27, 2019, 9:16 AM IST

ଥିରୁଅନନ୍ତପୁରମ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିର ଭିତରେ ପ୍ରବେଶ କରିବା ଯୋଜନାକୁ ରଦ୍ଦ କରିଛନ୍ତି ସାମାଜିକ କର୍ମୀ ତୃପ୍ତି ଦେଶାଇ । ଶ୍ରଦ୍ଧାଳୁ, ବିଜେପି ଏବଂ ଦକ୍ଷୀଣପନ୍ଥୀ ସଂଗଠନର ପ୍ରଦର୍ଶନ ଯୋଗୁଁ ପୋଲିସ ପ୍ରଶାସନ ତୃପ୍ତିଙ୍କୁ ସୁରକ୍ଷା ଦେବାକୁ ମନା କରିଦେଇଥିଲା । ଫଳରେ ତାଙ୍କୁ ନିଜର ଯୋଜନା ବଦଳାଇବାକୁ ପଡିଛି ।

ଏନେଇ ତୃପ୍ତି କହିଛନ୍ତି, ପୋଲିସର ସୁରକ୍ଷା ନମିଳିବା କାରଣରୁ ଆମେ ଫେରିଯାଉଛୁ । ଆମେ ସାବରୀମାଳା ଦର୍ଶନ ପାଇଁ ଅନଲାଇନ ପଞ୍ଜୀକରଣ କରିଥିଲୁ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିପିଙ୍କୁ ଇମେଲ ମଧ୍ୟ କରିଥିଲୁ । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଆମକୁ ପୋଲିସ ପକ୍ଷରୁ ସୁରକ୍ଷା ମିଳିନଥିଲା ଏବଂ ଆମକୁ ଫେରିବାକୁ ପଡିଲା ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତୃପ୍ତି ଏବଂ ତାଙ୍କ ଦଳ ସାବରୀମାଳା ଦର୍ଶନ ପାଇଁ ମଙ୍ଗଳବାର ସକାଳେ ନାଦୁମ୍ବାସେରୀ ବିମାନବନ୍ଦର ପହଞ୍ଚିଥିଲେ । ସେଠାରୁ ସେମାନେ କୋଚିର ପୋଲିସ କମିଶନର କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ସେପଟେ ତୃପ୍ତିଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରି ବିଜେପି ଏବଂ ସାବରୀମାଳା କାର୍ଯ୍ୟକର୍ତ୍ତା କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସବୁ ବର୍ଗର ମହିଳାଙ୍କୁ ସାବରୀମାଲା ମନ୍ଦିରରେ ପ୍ରବେଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଏବେ ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ତପୀଠ ଏହାର ବିଚାର କରିବେ। ଅର୍ଥାତ ପୂର୍ବରୁ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ କାଏମ ରହିଛି। ତଥାପି ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି।

Intro:Body:

After 3 hours of uncertainty, Trupti Desai and team returned. "We are returning after the police informed that they will not provide security," she said. They registered online for the sabarimala darshan. E-mails regarding this were sent to the DGP and the Chief Minister. Despite waiting for hours, police did not provide security. The police advised them to go back. 

Trupti and her team arrived at the Nedumbassery airport Tuesday morning to visit Sabarimala. From there they reached the office of the Kochi City Police Commissioner. Following this, BJP and Sabarimala activists staged a protest in front of the city police commissioner's office. But when the police informed them that they would not be given any protection, the protest was stopped. Meanwhile, Trupti and her group, who were waiting at the airport to meet the media, protested. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.