ETV Bharat / bharat

ଏସିଡ ପୀଡିତାଙ୍କ ଲକଡାଉନ ଦୁଃଖ, ବାପାଙ୍କ ଚିକିତ୍ସାରେ ଅର୍ଥ ବାଧକ

ଜିତୁ ନିଜ ବାପାଙ୍କ ପୂର୍ବରୁ କୋଭିଡ 19 ପରୀକ୍ଷା କରିସାରିଛନ୍ତି । ଏହା ନେଗେଟିଭ ଥିବା ସେ କହିଛନ୍ତି । ତଥାପି ତାଙ୍କୁ ସାହାଯ୍ୟ ନମିଳିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଏସିଡ ପୀଡିତାଙ୍କ ଲକଡାଉନ ଦୁଃଖ, ବାପାଙ୍କ ଚିକିତ୍ସାରେ ଅର୍ଥ ବାଧକ
ଏସିଡ ପୀଡିତାଙ୍କ ଲକଡାଉନ ଦୁଃଖ, ବାପାଙ୍କ ଚିକିତ୍ସାରେ ଅର୍ଥ ବାଧକ
author img

By

Published : Apr 25, 2020, 7:13 PM IST

ଆଲିଗଡ: କୋରୋନା ମୁକାବିଲା ପାଇଁ ଘୋଷିତ ଲକଡାଉନର ପ୍ରତ୍ୟକ୍ଷ ଅପେକ୍ଷା ପରୋକ୍ଷ ପ୍ରଭାବ ଅନେକ ଦେଖିବାକୁ ମିଳୁଛି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ଲୋକେ ବିଭିନ୍ନ ଜାଗାକୁ ଯିବାରେ ଅସୁବିଧା ଭୋଗୁଛନ୍ତି । ଏପରି ସମୟରେ ଅନ୍ୟାନ୍ୟ ରୋଗରେ ପୀଡିତ କିଛି ଲୋକଙ୍କ ଚିକିତ୍ସାରେ ସମସ୍ୟା ଦେଖାଦେଇଛି ।

ଉତ୍ତର ପ୍ରଦେଶର ଜଣେ ଏସିଡ ପୀଡିତା ଜିତୁ ଶର୍ମାଙ୍କ କାହାଣୀ କିଛି ଏପରି । କନେଷ୍ଟବଳ ବାପାଙ୍କ କ୍ୟାନ୍ସର ଚିକିତ୍ସାରେ ଏବେ ଅର୍ଥ ଓ ଲକଡାଉନ ବାଧା ସାଜିଛି । ଜିତୁଙ୍କ ବାପା 55 ବର୍ଷିୟ ସୋମଦତ୍ତ ଶର୍ମା ୟୁପି ପୋଲିସର ହେଡ କନେଷ୍ଟବଳ । ବର୍ତ୍ତମାନ ସେ ପଶ୍ଚିମ ୟୁପିର ମଣିପୁରୀ ଜିଲ୍ଲାରେ ପୋଷ୍ଟିଂ ପାଇଛନ୍ତି । ଜାନୁୟାରୀରେ କ୍ୟାନ୍ସରରେ ପୀଡିତ ପରେ ନୋଏଡାର ଏକ ପ୍ରାଇଭେଟ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ।

ତେବେ ନିକଟରେ ସେ ଘରେ ଥିବାବେଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଛି । ଫଳରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନେବାର ଆବଶ୍ୟକ ରହିଛି । ହେଲେ ଲକଡାଉନରେ ଗାଡିମୋଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ତାଙ୍କୁ ହସ୍ପିଟାଲ ନେବା ସମ୍ଭବ ହୋଇନାହିଁ । ଏନେଇ ଜିତୁ ଜିଲ୍ଲା ପ୍ରଶାସନକୁ ଫୋନ କରିଥିଲେ ମଧ୍ୟ ସେମାନେ ପୋଲିସ ଷ୍ଟେସନରେ ଖବର ଦେବାକୁ କହିଥିଲେ ।

ଏହାପରେ ସେ ଆଲିଗଡର ଏକ ସ୍ଥାନୀୟ ପୋଲିସ ଷ୍ଟେସନରେ ଏହି କଥା କହିଥିଲେ । ସେଠାରେ ତାଙ୍କୁ କୁହାଯାଇଥିଲା ଏକ ଟ୍ୟାକ୍ସି ଯୋଗାଡ କରି ଦିଲ୍ଲୀ ନେବାକୁ । ହେଲେ ଯଦି ବାଟରେ କେହି ଅଟକାନ୍ତି ବୋଲି ପଚାରିବାରୁ କେହି ଅଟକାଇବେନି ବୋଲି ପୋଲିସ କର୍ମଚାରୀ କହିଥିଲେ । କିନ୍ତୁ ଏନଓସି ସାର୍ଟିଫିକେଟ ପ୍ରଦାନ କରିନଥିଲେ । ସେହିପରି ଜିତୁ ପାଖରେ ଥିବା କିଛି ହସ୍ପିଟାଲକୁ ଫୋନ କରିଥିଲେ ମଧ୍ୟ ସେମାନେ ନୂଆ ରୋଗୀ ଭର୍ତ୍ତି କରିବେନି ବୋଲି ମନା କରିଥିଲେ ।

ଜିତୁ ନିଜ ବାପାଙ୍କ ପୂର୍ବରୁ କୋଭିଡ 19 ପରୀକ୍ଷା କରିସାରିଛନ୍ତି । ଏହା ନେଗେଟିଭ ଥିବା ସେ କହିଛନ୍ତି । ତଥାପି ତାଙ୍କୁ ସାହାଯ୍ୟ ନମିଳିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି । 30 ବର୍ଷ ଚାକିରୀ ପରେ ବି ପୋଲିସ ବିଭାଗ ପକ୍ଷରୁ କେହି ବାପାଙ୍କ କଥା ବୁଝୁନାହାନ୍ତି ବୋଲି ଜିତୁ କୋହଭରା କଣ୍ଠରେ କହିଛନ୍ତି । ମଣିପୁରୀରେ ଥିବା ତାଙ୍କ ଡିପାର୍ଟମେଣ୍ଟକୁ ମେଡିକାଲ କାଗଜପତ୍ର ପଠାଇନଥିବାରୁ 3 ମାସର ଦରମା ମଧ୍ୟ ମିଳିନାହିଁ ବୋଲି ଜିତୁ କହିଛନ୍ତି ।

ତେବେ ଆଲିଗଡ କଲେକ୍ଟର ଚନ୍ଦ୍ର ଭୂଷଣ ସିଂହ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଜଣେ କ୍ୟାନ୍ସର ରୋଗୀଙ୍କ ଖବର ସମ୍ପର୍କରେ ପ୍ରଶାସନ ଅବଗତ ଅଛି । ତାଙ୍କ ଝିଅକୁ ମେଡିକାଲ କାଗଜପତ୍ର ଦାଖଲ ପାଇଁ କୁହାଯାଇଛି । ଏହାପରେ ଅନ୍ୟ ସହରକୁ ଯାତ୍ରା ପାଇଁ ତାଙ୍କୁ ଅନୁମତି ମିଳିବ । ସେହିପରି ସ୍ବାସ୍ଥ୍ୟଗତ ଜରୁରୀକାଳୀନ କାର୍ଯ୍ୟ ପାଇଁ ଉତ୍ତର ପ୍ରଦେଶ ସରକାର ଇ-ପାସର ବ୍ୟବସ୍ଥା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ 6 ବର୍ଷ ତଳେ ଜୁଲାଇ 2014ରେ 17 ବର୍ଷିୟା ଜିତୁଙ୍କ ଉପରେ ଜଣେ 55 ବର୍ଷିୟ ବ୍ୟକ୍ତି ଏସିଡ ମାଡ କରିଥିଲେ । ଅନେକ ଦିନ ତାଙ୍କ ପିଛା କରିବା ପରେ ତାଙ୍କ ଉପରେ ନିଜ ରାଗ ସୁଝାଇଥିଲେ ଅଭିଯୁକ୍ତ । ଏବର୍ଷ ରିଲିଜ ହୋଇଥିବା ଫିଲ୍ମ ଛପାକରେ ସେ ଦୀପିକାଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.