ETV Bharat / state

ଦୁଇଟି ଦୁଷ୍କର୍ମ ମାମଲାର ଶୁଣାଣି, ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡାଦେଶ - 20 YEARS JAIL IN RAPE CASE

ଯାଜପୁରରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ 20 ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ।

Jajpur Rape Case
Jajpur Rape Case (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 4:33 PM IST

ଯାଜପୁର: ଆଉ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । 2021 ମସିହା ମାର୍ଚ୍ଚ 6 ତାରିଖ ଯଖପୁରା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣାରେ ଅଭିଯୁକ୍ତକୁ 20ବର୍ଷ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ l 27ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରି ସେ ଏହି ରାୟ ଶୁଣାଇଛନ୍ତି । ଏଥିସହ 2500 ଟଙ୍କା ଜରିମାନା ସହିତ ଅନାଦେୟରେ ଅଢେଇ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଜ । ପୀଡ଼ିତାକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସ୍ୱତନ୍ତ୍ର ଜଜ୍ ଅଭିଜିତ ପଲାଇ ରାୟରେ ଉଲ୍ଲେଖ କରିଛନ୍ତି l

ଦୁଇଟି ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାରେ 20 ବର୍ଷ ସଜ୍ଜା:

POCSO Court Verdict (ETV Bharat Odisha)

ପ୍ରଥମ ଘଟଣା: ସୂଚନା ମୁତାବକ, ଘଟଣା ଘଟିଥିଲା ରାତି ପ୍ରାୟ ସାଢେ଼ 10ଟା ସମୟରେ । ସରକାରୀ ଓକିଲ ରାଜୀବ ମହାନ୍ତି କହିଛନ୍ତି, "ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ମା’ ସହିତ ନାବାଳିକା କନ୍ୟା ଏଠାକୁ ଦେଖିବାକୁ ଆସିଥିଲା । ମାଆ ସହିତ ଚାଲିଚାଲି ଝିଅ ଘରକୁ ଫେରୁଥିବା ସମୟରେ ଅଧାବାଟରେ ଝିଅ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଝିଅକୁ ଚେତାଶୂନ୍ୟ ଅବସ୍ଥାରେ ଏକ ନାଳ ନିକଟରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଘଟଣା ଜଣାପଡିଥିଲା।" ପରିବାର ଲୋକେ ଏ ସମ୍ପର୍କରେ ଯଖପୁରା ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ସଞ୍ଜୟ ଦଳାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ଏହି ମାମଲାର ରାୟ ପ୍ରକାଶ କରି 20 ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ ଜଜ୍ ।

ଏହା ବି ପଢନ୍ତୁ...କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ଏହା ବି ପଢନ୍ତୁ...ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ - Minor Girl Rape Case

ଏହା ବି ପଢନ୍ତୁ...ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲ

ଦ୍ବିତୀୟ ଘଟଣା: ସେହିପରି ଅନ୍ୟ ଏକ ଘଟଣାରେ ମଧ୍ୟ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେଇଛି l ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଆଡ୍ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ପାର୍ଥ ସାରଥୀ ରାୟ ପାର୍ଥ ସାରଥି ରାୟ କହିଛନ୍ତି, "୨୦୨୪ ମସିହା ଜୁନ ମାସରେ ଅଳକୁଣ୍ଡ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ସମ୍ପର୍କୀୟ ମାମୁଁ । ଏନେଇ ପୀଡିତାଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ୯ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଜ୍। ଏଥିସହ ପୀଡ଼ିତାକୁ ଆଇନ ସେବା ପ୍ରାଧିକାରଣ ପକ୍ଷରୁ ୭ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.