ETV Bharat / bharat

ଆମ ଆଦମି ପାର୍ଟି ମହିଳା କର୍ମୀଙ୍କୁ ଏସିଡ ମାଡ - ଆପ ମହିଳା କର୍ମୀଙ୍କୁ ଏସିଡ ମାଡ

ଉତ୍ତରପ୍ରଦେଶ ବଦାୟୁଁରେ ବୁଧବାର ସଂନ୍ଧ୍ୟାରେ ଆମ ଆଦମି ପାର୍ଟିର ଜଣେ ମହିଳା କର୍ମୀଙ୍କ ଉପରେ ଏସିଡ ମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ପଢନ୍ତୁ ଅଧିକ.....

ଆପ ମହିଳା କର୍ମୀଙ୍କୁ ଏସିଡ ମାଡ
ଆପ ମହିଳା କର୍ମୀଙ୍କୁ ଏସିଡ ମାଡ
author img

By

Published : Dec 17, 2020, 6:33 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଦାୟୁଁରେ ବୁଧବାର ସଂନ୍ଧ୍ୟାରେ ଆମ ଆଦମି ପାର୍ଟିର ଜଣେ ମହିଳା କର୍ମୀଙ୍କ ଉପରେ ଏସିଡ ମାଡ କରିଛନ୍ତି ଦୁବୃର୍ତ୍ତ । ମହିଳା କର୍ମୀ ଜଣଙ୍କ ଥାନାରୁ ନିଜ ସ୍ବାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରି ଫେରୁଥିବାବେଳେ ତାଙ୍କ ଉପରେ ଏସିଡ ମାଡ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ତାଙ୍କ ଉପରେ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୀଡିତା ଜଣଙ୍କ ପୋଲିସକୁ ସୂଚନା ଦେଇଛନ୍ତି । ପୀଡିତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାରେ ଆମ ଆଦମି ପାର୍ଟି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ।

ଘଟଣା ଅନୁସାରେ ବଦାୟୁଁର ମୁଜୁରିଆ ଥାନା ଅଞ୍ଚଳରେ ଜଣେ ମହିଳା ନିଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ପରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ତାଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେବାରୁ ସେ ଥାନାରେ ଅଭିଯୋଗ ପାଇଁ ଆସିଥିଲେ । ସେ ଥାନାରୁ ଫେରିବା ବାଟରେ ତାଙ୍କ ଉପରେ ଏସିଡ ଆକ୍ରମଣ କରିଛନ୍ତି କିଛି ଅଜଣା ଯୁବକ । ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ ।

ସେ ଜଣେ ଆପର କର୍ମକର୍ତ୍ତା ହୋଇଥିବା ଯୋଗୁ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହେଇଛି ଆପ । ପାର୍ଟି କର୍ମକର୍ତ୍ତା ପୀଡିତାଙ୍କୁ ହସ୍ପିଟାଲ ଯାଇ ଦେଖା କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ପୋଲିସ ଏ ଦିଗରେ ତଦନ୍ତ କରି ଅପରାଧୀଙ୍କୁ ଧରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ ଏସଏସପି ସଂକଳ୍ପ ଶର୍ମାଙ୍କ ସୂଚନା ଅନୁସାରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଖୁବ ଶିଘ୍ର ଦୋଷୀଙ୍କୁ ଗିରଫ କରାଯିବା ନେଇ ସେ ସୂଚନା ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.