ETV Bharat / bharat

ପାଣି ପାଇଁ ଏସିଡ ମାଡ: 23 ଆହତ, 5 ଗୁରୁତର - ପାଣି ପାଇଁ ଏସିଡ ମାଡ

ପାଣି ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଏସିଡ ମାଡ । 23 ଆହତ, 5 ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 4 ଜଣଙ୍କୁ ଗିରଫ କଲା ପୋଲିସ ।

acid attack in jhansi
ପାଣି ପାଇଁ ଏସିଡ ମାଡ: 23 ଆହତ , 5 ଗୁରୁତର
author img

By

Published : Aug 26, 2020, 12:41 PM IST

ଲକ୍ଷ୍ନୌ: ପାଣି ପାଇଁ ଏସିଡ ମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାନସୀ ସହରର ଉଲଦାନ ଥାନା ଅଞ୍ଚଳରେ । ଏଥରେ 23 ଜଣ ଆହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି ।

ପାଣି ପାଇଁ ଏସିଡ ମାଡ: 23 ଆହତ , 5 ଗୁରୁତର

ସୂଚନା ଅନୁସାରେ, ବାସ୍ରା ଗାଁରେ ପାଣି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ କରିବା ସହିତ ଏସିଡ ଫିଙ୍ଗିଥିଲେ । ଯେଉଁଥିରେ 23 ଆହତ ହୋଇଥିବା ବେଳେ 5 ଜଣ ପୋଡି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରିଥିଲେ । 5 ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏନେଇ 6 ଜଣଙ୍କ ବିରୋଧରେ ମମାଲା ରୁଜୁ ହୋଇଥିବା ବେଳେ 4 ଜଣଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.