ETV Bharat / bharat

ଦେଶ ବଦଳିଛି ଏବଂ ଭଲ ଦିନ ଆସିଛି: ଜେପି ନଡ୍ଡା - ଅଛେ ଦିନ ଆନେ ବାଲେ ହୈ

ମୁମ୍ବାଇରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର 'ଅଛେ ଦିନ ଆନେ ବାଲେ ହୈ' ସ୍ଲୋଗାନର ସଫଳତାର ତାଲିକା ଦେଇଛନ୍ତି ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ।

ଫାଇଲ ଫଟୋ
author img

By

Published : Jul 21, 2019, 8:47 PM IST

ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ରବିବାର ମୁମ୍ବାଇରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ଦେଶରେ ଭଲ ଦିନ ଆସିଯାଇଛି ବୋଲି କହିଛନ୍ତି ।

2014ରେ ବିଜେପି 'ଅଛେ ଦିନ ଆନେ ବାଲେ ହୈ' ର ସ୍ଲୋଗାନ ଦେଇ ନିର୍ବାଚନ ଲଢିଥିଲା । ଏହା ପରେ ବିଜେପି ନେତାଙ୍କୁ 'ଅଛେ ଦିନ କବ ଆୟେଗା' ର ପ୍ରଶ୍ନ ପଚରା ଯାଉଥିଲା । ଆଜି ମୁଁ ଗର୍ବର ସହ ଚିତ୍କାର କରି କହୁଛି କି ଦେଶ ବଦଳୁଛି ଏବଂ ଭଲ ଦିନ ମଧ୍ୟ ଆସିଯାଇଛି । ଏସମ୍ପର୍କରେ ଆମ ମାନଙ୍କୁ ବୁଝାଇବାକୁ ପଡିବ ନାହିଁ ।

ସୂଚନାଯୋଗ୍ୟ, ଜେପି ନଡ୍ଡା ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ସେ ଦଳୀୟ କାର୍ଯ୍ୟକର୍ତ୍ତା, ପଦାଧିକାରୀ, ବିଧାୟକ ଏବଂ ସାଂସଦଙ୍କ ସହ ବୈଠକ କରିଛନ୍ତି । ଲୋକସଭା ନିର୍ବାଚନରେ ହାସଲ ହୋଇଥିବା ବିଜୟ ବିଧାନସଭାରେ ମଧ୍ୟ ଆସିବା ଦରକାର ବୋଲି ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି । ବିଧାନସଭା ନିର୍ବାଚନରେ କୌଣସି ପ୍ରକାରର ବେପରୁଆ ମନେଭାବକୁ ସ୍ବୀକାର କରାଯିବ ନାହିଁ । ମହାରାଷ୍ଟ୍ରର ଏହି ଗସ୍ତ ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ବିଜେପିର ଅନ୍ୟ ନେତାଙ୍କ ସହ ବୀର ସାବରକର ମେମାରିଆଲ ଓ ବାଲ ଠାକରେ ମେମୋରିଆ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.