ETV Bharat / bharat

ରାଜସ୍ଥାନ ସଙ୍କଟ, 2 କଂଗ୍ରେସ ନେତାଙ୍କୁ ଏସିବିର ନୋଟିସ - 2 କଂଗ୍ରେସ ନେତାଙ୍କୁ ଏସିବିର ନୋଟିସ

କଂଗ୍ରେସ ବିଧାୟକ ବିଶ୍ୱେନ୍ଦ୍ର ସିଂହ ଏବଂ ଭଓଁର ଲାଲ ଶର୍ମାଙ୍କୁ ଗତ ସପ୍ତାହରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଥିଲା ​​।

2 କଂଗ୍ରେସ ନେତାଙ୍କୁ ଏସିବିର ନୋଟିସ
2 କଂଗ୍ରେସ ନେତାଙ୍କୁ ଏସିବିର ନୋଟିସ
author img

By

Published : Jul 25, 2020, 1:02 PM IST

ଜୟପୁର: ରାଜସ୍ଥାନରେ ଘୋଡା ବେପାର ଅଭିଯୋଗରେ କଂଗ୍ରେସ ବିଧାୟକ ବିଶ୍ୱେନ୍ଦ୍ର ସିଂହ ଏବଂ ଭଓଁର ଲାଲ ଶର୍ମାଙ୍କୁ ନୋଟିସ ଜାରି କରିଛି ଦୁର୍ନୀତି ନିବାରଣ ବ୍ୟୁରୋ । ଗତ ସପ୍ତାହରେ କଂଗ୍ରେସ ଉଭୟ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଥିଲା ​​। ରାଜସ୍ଥାନରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିଶ୍ବସ୍ଥ ମାନେ ଅଭିଯୋଗ କରିଛନ୍ତି, କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଭଓଁରଲାଲ ଶର୍ମା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ମିଶି ରାଜ୍ୟ ସରକାରକୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଏନେଇ ସେମାନେ ବିଶ୍ୱେନ୍ଦ୍ର ସିଂହ ଏବଂ ଭଓଁର ଲାଲ ଶର୍ମାଙ୍କ ବିରୋଧରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ମାମଲା ରୁଜୁ କରିଛନ୍ତି ।

ସେପଟେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ତନବୀର ସିଂ, ବଲୱନ୍ତ ସିଂ, ଡିଜିଭିଜା ରାଜ ସିଂ ଏବଂ କର୍ଣ୍ଣୀ ସିଂଙ୍କୁ ଘୋଡା ବେପାର ଅଭିଯୋଗରେ ନୋଟିସ୍ ଜାରି କରିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ଗେହଲୋଟଙ୍କ ମଧ୍ୟରେ ମତଭେଦ ଖୋଲା ଆସିବା ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ବିଧାନସଭା ବାଚସ୍ପତି ସିପି ଜୋଶୀ ପାଇଲଟ ଏବଂ 18 ଜଣ ବିଧାୟକଙ୍କୁ ଅଯୋଗ୍ୟତା ନୋଟିସ ପଠାଇଛନ୍ତି। ସେପଟେ ଏହି ବିଦ୍ରୋହୀ ବିଧାୟକ ନୋଟିସ ବିରୋଧରେ ରାଜସ୍ଥାନ ହାଇକୋର୍ଟ ପହଞ୍ଚିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.