ପ୍ରଥମ ଦିନରେ 2.4ଲକ୍ଷ ଟଙ୍କାର ବିକ୍ରି ହେଲା ତିରୁପତି ଲଡୁ - ବିକ୍ରି ହେଲା ତିରୁପତି ଲଡୁ
ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରର ପ୍ରାୟ 2.4 ଲକ୍ଷ ଟଙ୍କାର 'ତିରୁପତି ଲଡୁ' ସୋମବାର ଦିନ ଆନ୍ଧ୍ରପ୍ରଦେଶର 12ଟି ଜିଲ୍ଲାର ମୁଖ୍ୟାଳୟରେ ରିହାତି ମୂଲ୍ୟରେ ବିକ୍ରି ହୋଇଛି । ଅଧିକ ପଢ଼ନ୍ତୁ...
ଅମରାବତୀ: ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରର ପ୍ରାୟ 2.4 ଲକ୍ଷ ଟଙ୍କାର 'ତିରୁପତି ଲଡୁ' ସୋମବାର ଦିନ ଆନ୍ଧ୍ରପ୍ରଦେଶର 12 ଟି ଜିଲ୍ଲାର ମୁଖ୍ୟାଳୟରେ ରିହାତି ମୂଲ୍ୟରେ ବିକ୍ରି ହୋଇଛି । ଗୁଣ୍ଟୁର ଜିଲ୍ଲାରେ କୋରୋନାର ଭୟଙ୍କର ପ୍ରଭାବ ଯୋଗୁଁ ଲଡୁ ବିକ୍ରିକୁ ବାରଣ କରାଯାଇଥିଲା । ଏବ ଲଡୁ ଷ୍ଟକ୍ ନିକଟସ୍ଥ ବିଜୟୱାଡାକୁ ସ୍ଥାନାନ୍ତର କରାଯାଇଥିଲା ।
କୋଭିଡ-19 ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ଭକ୍ତମାନେ ପବିତ୍ର ପ୍ରସାଦ ପାଇଁ ଟିଟିଡି(ତିରୁମାଲା-ତିରୁପତି ଦେବସ୍ଥାନମ୍ ) ମ୍ୟାରେଜ ହଲରେ ଧାଡି ବନ୍ଧି ଛିଡା ହୋଇଥିଲେ । ଅଧିକାରୀ କହିଛନ୍ତି ଯେ ରାଜ୍ୟ ଜିଲ୍ଲାର ଲଡୁର ସମସ୍ତ ଷ୍ଟକ୍ କିଛି ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ।
ସେ କହିଛନ୍ତି ଯେ, କୋଭିଡ-19 ଲକଡାଉନ୍ ଅବଧି ସମୟରେ ଭକ୍ତମାନଙ୍କୁ ଉପହାର ସ୍ବରୂପ 50 ଟଙ୍କା ମୂଲ୍ୟରେ ଏହି ଲଡୁକୁ 25 ଟଙ୍କାରେ ବିକ୍ରି ହୋଇଥିଲା ।