ETV Bharat / bharat

ମହାରାଷ୍ଟ୍ରରେ ବିଜେପି ସରକାର; ଫେକ ନ୍ୟୁଜ ଭାବିଲେ କଂଗ୍ରେସ ନେତା - Abhishek singhvi take dig on sharad pawar

ମହାରାଷ୍ଟ୍ରର ରାଜନୀତିରେ ଯବନିକା ପକାଇଲା ବିଜେପି । ଦ୍ବିତୀୟ ଥର ଭାବେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କଲେ ଦେବେନ୍ଦ୍ର ଫଡନାଭିସ । ସେପଟେ କିନ୍ତୁ ଏହି ଘଟଣାକୁ ପ୍ରଥମେ 'ଫେକ ନ୍ୟୁଜ' ଭାବିଥିଲେ କଂଗ୍ରେସର ଜଣେ ନେତା।

ମହାରାଷ୍ଟ୍ରରେ ବିଜେପି ସରକାର;ଫେକ ନ୍ୟୁଜ ଭାବିଲେ କଂଗ୍ରେସ ନେତା
author img

By

Published : Nov 23, 2019, 1:54 PM IST

ମୁମ୍ବାଇ: ବଦଳିଗଲା ସବୁ ଚିତ୍ର । କ୍ଷମତା, ଆସନ ସବୁକିଛି। ଦୀର୍ଘ ଦିନର ନିରବତା ପରେ ଏ ଯେମିତି ଥିଲା ବିଜେପିର ଝଡ । ଆଉ ସବୁଦିନ ପାଇଁ ମହାରାଷ୍ଟ୍ର ରାଜନୀତିରେ ସ୍ମରଣୀୟ ହୋଇରହିବ ଆଜିର ଦିନ । ଦ୍ବିତୀୟ ଥର ଭାବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପିର ଅଜିତ ପାୱାର । ରାତାରାତି ବଦଳିଯାଇଥିଲା ରାଜନୀତିର ସମୀକରଣ। ହେଲେ ମହାରାଷ୍ଟ୍ରର ମହାଟ୍ବିଷ୍ଟକୁ ସହଜରେ ଗ୍ରହଣ କରିପାରିନଥିଲେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ । ସେ ଖବରକୁ ପ୍ରଥମେ 'ଫେକ ନ୍ୟୁଜ' ବା ମିଥ୍ୟା ଖବର ଭାବିଥିଲେ ଏହା ପରେ 'ପାୱାର ଜୀ ଗ୍ରେଟ ହୋ' ବୋଲି ଟ୍ବିଟରରେ ମତ ଦେଇଥିଲେ ଏହି ନେତା ।

maharashtra govt
ମହାରାଷ୍ଟ୍ରରେ ବିଜେପି ସରକାର;ଫେକ ନ୍ୟୁଜ ଭାବିଲେ କଂଗ୍ରେସ ନେତା

ବିଜେପି ସହ ମିଶି ସରକାର ଗଠନ କରିବା ଏନସିପିର ଫୈସଲା ନଥିଲା । ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଶରତ ପାୱାର। ଯାହାକୁ ନେଇ ବର୍ତ୍ତମାନ ସମୟରେ ଏନସିପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି।

ଦ୍ବିତୀୟ ଥର ପାଇଁ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି ।

Intro:Body:

bs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.