ରାଜସ୍ଥାନ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଏବେ କେବଳ ସାରା ଦେଶରେ ଚର୍ଚ୍ଚିତ ନାହାନ୍ତି, ତାଙ୍କ ବୀରତ୍ବର ଗାଥାର ପ୍ରଶଂସା ସାରା ବିଶ୍ବ କରୁଛି । ସେ କେବଳ ଜଣେ ପାଇଲଟ ହୋଇନାହାନ୍ତି । ସମଗ୍ର ଦେଶ ପାଇଁ ସେ ପାଲଟିଛନ୍ତି ହିରୋ । ଆଉ ଏବେ ତାଙ୍କ ଦେଶପ୍ରେମ ଇତିହାସରେ ଲିପିବଦ୍ଧ ହୋଇ ରହିବ । କାରମ ଆଗାମୀ ପିଢି ତାଙ୍କ ବୀରତ୍ବର ଗାଥା ପଢିବାକୁ ଯାଉଛନ୍ତି ।
जोधपुर से पढ़े, हाल ही में पाकिस्तान की सरजमीं से अपने साहस एवम वीरता का परिचय देते हुए वापस लौटने वाले विंग कमांडर अभिनंदन के शौर्य के सम्मानस्वरूप सरकार ने अभिनंदन की शौर्य की कहानी को राजस्थान के स्कूली पाठ्यक्रम में शामिल करने का फैसला लिया है।#AbhinandanDiwas @DIPRRajasthan pic.twitter.com/MRjSLLWJxs
— Govind Singh Dotasra (@GovindDotasra) March 4, 2019 " class="align-text-top noRightClick twitterSection" data="
">जोधपुर से पढ़े, हाल ही में पाकिस्तान की सरजमीं से अपने साहस एवम वीरता का परिचय देते हुए वापस लौटने वाले विंग कमांडर अभिनंदन के शौर्य के सम्मानस्वरूप सरकार ने अभिनंदन की शौर्य की कहानी को राजस्थान के स्कूली पाठ्यक्रम में शामिल करने का फैसला लिया है।#AbhinandanDiwas @DIPRRajasthan pic.twitter.com/MRjSLLWJxs
— Govind Singh Dotasra (@GovindDotasra) March 4, 2019जोधपुर से पढ़े, हाल ही में पाकिस्तान की सरजमीं से अपने साहस एवम वीरता का परिचय देते हुए वापस लौटने वाले विंग कमांडर अभिनंदन के शौर्य के सम्मानस्वरूप सरकार ने अभिनंदन की शौर्य की कहानी को राजस्थान के स्कूली पाठ्यक्रम में शामिल करने का फैसला लिया है।#AbhinandanDiwas @DIPRRajasthan pic.twitter.com/MRjSLLWJxs
— Govind Singh Dotasra (@GovindDotasra) March 4, 2019
ରିପୋର୍ଟ ଅନୁସାରେ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି ଏବେ ପିଲାଙ୍କ ପାଠ୍ୟକ୍ରମରେ ଅଭିନନ୍ଦନଙ୍କ ବୀରତାର କଥା ସ୍ଥାନ ପାଇବ । ପିଲାଏ ବୀର କମାଣ୍ଡରଙ୍କ ସାହସିକ କାହାଣୀ ନିଜ ପଢା ବହିରେ ପଢିବେ । ଏନେଇ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ରା ପ୍ରସ୍ତାବ ଦେଇଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ସେ ଟ୍ବିଟ କରି ଏହା ପ୍ରକାଶ କରିଛନ୍ତି । ଏହାସହ ନିଜ ଫେସବୁକରେ ମଧ୍ୟ ସେ ସମାନ କଥା ଦୋହରାଇଛନ୍ତି ।
ଗୋବିନ୍ଦ ଲେଖିଛନ୍ତି ଯେ ଅଭିନନ୍ଦନ ତାଙ୍କ ଶିକ୍ଷା ଯୋଧପୁରରେ ଗ୍ରହଣ କରିଛନ୍ତି । ତେଣୁ ରାଜସ୍ଥାନରେ ଏହି ପଦକ୍ଷେପ ନିଆଯିବା ଦ୍ୱାରା ତାଙ୍କ ପାଇଁ ଓ ତାଙ୍କ ସାହସିକତା ପାଇଁ ଏକ ସମ୍ମାନ ହେବ । ପୂର୍ବରୁ ମଧ୍ୟ ପିଲାଙ୍କ ପାଠ୍ୟକ୍ରମରେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ କାହାଣୀ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏହାକୁ ସିଲାବସ ରିଭ୍ୟୁ କମିଟି ଗ୍ରହଣ କରିଥିଲା । ନିକଟରେ ରାଜସ୍ଥାନ ସରକାର 31.5 କୋଟି ବ୍ୟୟରେ ସିକାରରେ ଏକ ଡିଫେନ୍ସ ଏକାଡେମୀ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି ।