ETV Bharat / bharat

ତୈଳ ଦର ବୃଦ୍ଧି ବିରୋଧରେ ବୁଧବାର ଆପ୍‌ର ଦେଶବ୍ୟାପି ଆନ୍ଦୋଳନ - ତୈଳ ଦର ବୃଦ୍ଧି

ତୈଳ ଦର ବୃଦ୍ଧି ବିରୋଧରେ ବୁଧବାର ଦେଶବ୍ୟାପୀ ଆନ୍ଦୋଳନ କରିବ ଆମ ଆଦମି ପାର୍ଟି । ଏନେଇ ସୂଚନା ଦେଇଛନ୍ତି ଦଳର ନେତା ଗୋପାଳ ରାୟ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ବିରୋଧରେ ବୁଧବାର ଆପ୍‌ର ଦେଶବ୍ୟାପି ଆନ୍ଦୋଳନ

author img

By

Published : Jun 30, 2020, 5:42 PM IST

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି ବିରୋଧି । ତୈଳ ଦର ବୃଦ୍ଧି ବିରୋଧରେ ବୁଧବାର ଦେଶବ୍ୟାପୀ ଆନ୍ଦୋଳନ କରିବ ଆମ ଆଦମି ପାର୍ଟି । ଏନେଇ ସୂଚନା ଦେଇଛନ୍ତି ଦଳର ନେତା ଗୋପାଳ ରାୟ । 1 ଜୁଲାଇ ଦିନ 11ଟାରେ ଆମ ଆଦମି ପାର୍ଟି ସାରା ଦେଶରେ ତୈଳ ଦର ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିବ ବୋଲି ରାୟ ଟ୍ବିଟ କରି କହିଛନ୍ତି । ସୋମବାର ପେଟ୍ରୋଲ 5 ପଇସା ଓ ଡିଜେଲ 13 ପଇସା ବୃଦ୍ଧି ହୋଇଥିଲା । ତେବେ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 80ଟଙ୍କା 43 ପଇସା ଥିବାବେଳେ ଡିଜେଲ ଲିଟର ପିଛା 80 ଟଙ୍କା 53 ପଇସା ରହିଛି ।

ଅନ୍ୟପକ୍ଷେ ବିରୋଧି କଂଗ୍ରେସ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲରେ ଟିକସ ବୃଦ୍ଧି କରି ଏହି ଟଙ୍କାରେ ସରକାର ନିଜ ରାଜକୋଷ ଭରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ହେଲେ ବିଜେପି ମଧ୍ୟ ବିରୋଧିଙ୍କ ପ୍ରଶାନର ଜବାବ ରଖିଛି । ଯେତେବେଳେ ବିଶ୍ବରେ ସ୍ବାସ୍ଥ୍ୟସେବା ପାଇଁ ଅର୍ଥର ଆବଶ୍ୟକତା ରହିଛି, ସେତେବେଳେ ଏହା କରିବାକୁ ପଡିଥାଏ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଥିଲେ, ଏହି ଟଙ୍କାକୁ ଏକାଠି କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ ଯୋଜନା ଗଠନ ହୋଇଛି । ଗରିବଙ୍କୁ ଅନ୍ନ ଦେଇଛନ୍ତି କେନ୍ଦ୍ର ସରକାର । ଏଲପିଜି ସିଲିଣ୍ଡର ମଧ୍ୟ ମାଗଣାରେ ଦିଆଯାଉଛି । ତେବେ ଟିକସ ଟଙ୍କାରେ ସରକାର ରାଜକୋଷ ଭରିନାହାନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ । ଏହାସହ ମୋଦି ଶାସନରେ ଟଙ୍କା ପକେଟରେ ଭର୍ତ୍ତି କରାଯାଇନଥାଏ ବରଂ ବଣ୍ଟାଯାଇଥାଏ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ।

@PTI_News

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.