ETV Bharat / bharat

ଶହୀଦ ଦେବେନ୍ଦ୍ର ମିଶ୍ରଙ୍କ ପରିବାରକୁ ଭେଟିଲେ ଆପ ନେତା

author img

By

Published : Jul 6, 2020, 4:53 PM IST

କାନପୁର ସୁଟଆଉଟ ଘଟଣାରେ ପ୍ରାଣ ହରାଇଥିବା ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ପରିବାରକୁ ଭେଟିଲେ ଆମ ଆଦମୀ ପାର୍ଟୀ ନେତା ସଞ୍ଜୟ ସିଂ ।

aap
ଶହୀଦ ଦେବେନ୍ଦ୍ର ମିଶ୍ରଙ୍କ ପରିବାରକୁ ଭେଟିଲେ ଆପ ନେତା

ଲକ୍ଷ୍ନୌ: କାନପୁର ସୁଟଆଉଟ ଘଟଣାରେ ପ୍ରାଣ ହରାଇଥିବା ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ପରିବାରକୁ ଭେଟିଲେ ଆମ ଆଦମୀ ପାର୍ଟୀ ନେତା ସଞ୍ଜୟ ସିଂ । ଦେବେନ୍ଦ୍ର ମିଶ୍ରଙ୍କ ଝିଅ ବୈଷ୍ଣବୀ ମିଶ୍ରଙ୍କ କହିବା ଅନୁଯାୟୀ, ମୋ ବାପାଙ୍କ ବଳିଦାନକୁ ମୁଁ ଅଯଥାରେ ଯିବାକୁ ଦେବିନାହିଁ । ମୁଁ ଆଗରୁ ମେଡିକାଲ ପଢିବା ପାଇଁ ପ୍ରସ୍ତୁତି କରୁଥିଲି । କିନ୍ତୁ ବର୍ତ୍ତମାନ ମୁଁ ମେଡିକାଲ ସହ ପୋଲିସ ଅଫିସର ପାଇଁ ପ୍ରସ୍ତୁତି କରିବି ଏବଂ ମୋ ବାପାଙ୍କ ପରି ଦେଶ ପାଇଁ ସେବା କରିବି ।

ପ୍ରକାଶ ଥାଉକି, ଅଭିଯୁକ୍ତ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବା ଏକ ପୋଲିସ ଟିମ୍ ଉପରକୁ କିଛି ଅପରାଧୀ ଆଖିବୁଜା ଗୁଳି ଚଳାଇଥିଲେ । ଯେଉଁଥିରେ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ 8 ଜଣ ପୋଲିସ ଅଫିସର ଶହୀଦ ହୋଇଥିବା ବେଳେ 7 ଜଣ ପୋଲିସ ଅଫିସର ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.