ETV Bharat / bharat

କୋରୋନା ଟେଷ୍ଟିଂ ପାଇଁ ବାଧ୍ୟତାମୂଳକ ‘ଆଧାର କାର୍ଡ’ - ଟେଷ୍ଟିଂ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ

ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ସଂକ୍ରମିତଙ୍କ ରେକର୍ଡ ରଖିବାକୁ ନମୁନା ସଂଗ୍ରହ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଟେଷ୍ଟିଂ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ

author img

By

Published : Jul 26, 2020, 1:28 PM IST

ଜୟପୁର: କୋରୋନା ଟେଷ୍ଟିଂ ପୂର୍ବରୁ ଦରକାର ଆଧାର କାର୍ଡ । ଆଧାର କାର୍ଡ ନମ୍ବର ଅନୁଯାୟୀ, ରକ୍ତ ନମୁନାର ଟେଷ୍ଟିଂ କରାଯିବ । ନମୁନା ସଂଗ୍ରହ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଆରଟି-ପିସିଆର ଆପ୍ସରେ ସମସ୍ତ ତଥ୍ୟ ଦାଖଲ କରିବାକୁ ଲ୍ୟାବ ଟେକ୍ନିସିଆନ ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଦେଶରେ କୋରୋନା ସଂକ୍ରମଣ ଯେଉଁ ବେଗରେ ବୃଦ୍ଧି ପାଉଛି । ଯାହାକୁ ନଜରରେ ରଖି ରାଜସ୍ଥାନ ସରକାର ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ନମୁନା ସଂଗ୍ରହ କରାଯାଉଥିବା ବ୍ୟକ୍ତିଙ୍କ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ, ଯଦି କୌଣସି ଶିଶୁଙ୍କ କୌଣସି ଆଧାର କାର୍ଡ ନାହିଁ ତେବେ ସେମାନଙ୍କ ପରିବାର ମାଆ କିମ୍ବା ବାପାଙ୍କ ଆଧାର ନମ୍ବର ରହିଥିବା ଜରୁରୀ । ରାଜ୍ୟରେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସୁଥିବା ବ୍ୟକ୍ତିଙ୍କୁ ହାଇଡ୍ରୋକ୍ସି କ୍ଲୋରକୁଇନ ସମେତ ପ୍ରୋଫାଲ୍ୟାକ୍ସି ମେଡିସିନ ଦିଆଯାଉଛି । ଅନ୍ୟ ମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି ।

ସେହିପରି ଏହି ନୂତନ ଗାଇଡ ଅନୁସାରେ, ସମସ୍ତ ଲ୍ୟାବ 24 ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଦିନରେ ରାଜ୍ୟରେ 40 ହଜାରରୁ ଅଧିକ କୋଭିଡ ଟେଷ୍ଟ କରାଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.