ETV Bharat / bharat

ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ 4 ଦୁର୍ବୃତ୍ତ

ମହିଳାଙ୍କୁ ପ୍ରଥମେ ଅପହରଣ ଆଉ ତା ପରେ ଗଣଦୁଷ୍କର୍ମ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ଉଦୟପୁର ଅଞ୍ଚଳରେ । ଅଧିକ ପଢନ୍ତୁ.....

author img

By

Published : Mar 3, 2020, 12:52 PM IST

gang-raped
ଅପହରଣ ପରେ ଗଣ ଦୁଷ୍କର୍ମ

ଜୟପୁର: ମହିଳାଙ୍କୁ ପ୍ରଥମେ ଅପହରଣ ଆଉ ତା ପରେ ଗଣଦୁଷ୍କର୍ମ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ଉଦୟପୁର ଅଞ୍ଚଳରେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁଇ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ। ମହିଳାଙ୍କ ବୟାନ ରେକର୍ଡ କରାଯାଇଥିବା ଅତିରିକ୍ତ ଏସପି କହିଛନ୍ତି।

ସୂଚନା ଅନୁସାରେ , ମହିଳା ଜଣଙ୍କ ନିଜ ବନ୍ଧୁଙ୍କ ସହ ରାତିରେ ଘରକୁ ଫେରିବା ସମୟରେ 4ଜଣ ଦୁର୍ବୃତ୍ତ ସେମାନଙ୍କୁ ଏକ କାରରେ ଅପହରଣ କରି ନେଇଯାଇଥିଲେ । 4 ଜଣ ଦୁର୍ବୃତ୍ତ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି ।

ସେପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟଙ୍କୁ ହଲଦୁଘାଟି, ଡବୋକ, ରିକୋ ଓ କେବଡେ ଅଞ୍ଚଳ ନେଇଥିବା ପୀଡିତାଙ୍କ ବନ୍ଧୁ କହିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସପିଟାଲକୁ ପଠାଇଥିଲା। ପୀଡିତା ଜଣଙ୍କ ଉଦୟପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.