ରାୟପୁର: ଅକ୍ଷମ ହୋଇ ମଧ୍ୟ ସେ ସକ୍ଷମ । ଏପରି ଜଣେ ଅଦମ୍ୟ ଇଚ୍ଛା ଶକ୍ତିରେ ଭରପୂର ନାରୀ ହେଉଛନ୍ତି ଛତିଶଗଡ ଦନ୍ତେୱାଡାର ଦୁର୍ଗମ ଅଞ୍ଚଳର ପୋଲିଓ ଶିକାର ହୋଇଥିବା ଥିବା ଗଙ୍ଗା ଶାଣ୍ଡିଲିଆ ନାମକ ଜଣେ ମହିଳା । ଏହି ଅଞ୍ଚଳରେ ଦୀର୍ଘ 32 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି ସ୍ବାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।
ଗଙ୍ଗା ପୋଲିଓ ରୋଗରେ ଶିକାର ହୋଇ ନିଜର ବାମ ହାତ ହରାଇଛନ୍ତି । ସାଧାରଣତଃ ସେ ଗ୍ରାମାଞ୍ଚଳରେ ବେଶ ପରିଚିତ । ଲୋକମାନେ ତାଙ୍କୁ Dr ମାଉସୀ ବୋଲି ଡାକନ୍ତି।" ମୁଁ ଚାହୁଁଛି ମୋ ଭଳି ଅବସ୍ଥା ଅନ୍ୟ କେହି ନ ଭୋଗୁ । ଏହି ଅଞ୍ଚଳରେ ପ୍ରତ୍ୟେକ ଶିଶୁ ଏହି ରୋଗରୁ ମୁକ୍ତ ହେବା ମୋର ଲକ୍ଷ୍ୟ ବୋଲି ଗଙ୍ଗା କହିଛନ୍ତି "। ତେଣୁ ଏହି ଅଞ୍ଚଳରେ ଲୋକଙ୍କୁ ପୋଲିଓ ଟୀକା ବିଷୟରେ ସଚେତନ କରିବା ସହ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ଉପରେ ଲୋକଙ୍କୁ ବୁଝାଇଥାନ୍ତି । ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଡକ୍ଟର ମାଉସୀ ଦାନ୍ତେୱାଡା ଅଞ୍ଚଳର ଗ୍ରାମବାସୀଙ୍କ ପାଇଁ ଏକମାତ୍ର ଭରସା ।
@ANI