ETV Bharat / bharat

ଘାସର ଶାଢ଼ୀ, ନାରୀଙ୍କ ପାଇଁ ନିଆରା ବସ୍ତ୍ର - ଘାସର ଶାଢ଼ୀ

ଶାଢ଼ୀ ତ ଅନେକ ପ୍ରକାର ରହିଛି। ତେବେ ଆପଣ କେବେ ଘାସର ଶାଢ଼ୀ କଥା ଶୁଣିଛନ୍ତି କି ? ଆଜ୍ଞା ହଁ, ଶୁଖିଲା ଘାସରେ ଏକ ଶାଢ଼ୀ ତିଆରି କରି ମୋବା କୃଷ୍ଣମୂର୍ତ୍ତୀ। କଳା ଓ କାରିଗରୀ ଆଗରେ ତାଙ୍କ ବୟସ ହାର ମାନିଛି। ପରିଣତ ବୟସରେ ଏଭଳି ଅନନ୍ୟ ଶାଢ଼ୀ ତିଆରି କରି ବର୍ତ୍ତମାନ ସେ ଚର୍ଚ୍ଚାରେ। ଅଧିକ ପଢ଼ନ୍ତୁ...

a unique grass saree made by mobba krishna murti of Andhra pradesh
ଘାସର ଶାଢ଼ୀ, ନାରୀଙ୍କ ପାଇଁ ନିଆରା ବସ୍ତ୍ର
author img

By

Published : Jan 10, 2021, 4:55 PM IST

ଅମରାବତୀ: ଅତି ଯତ୍ନ ଓ ଧୈର୍ଯ୍ୟର ସହ ଗୋଟିଏ ଗୋଟିଏ ଘାସ ସଂଗ୍ରହ କରୁଥିବା ବୃଦ୍ଧ ଜଣକ ହେଉଛନ୍ତି ମୋବା କୃଷ୍ଣମୂର୍ତ୍ତୀ। ବୟସ 70ରୁ ଅଧିକ ହେବ। ଯେତେବେଳେ ଆମେ ତାଙ୍କ ଅସାଧାରଣ କାରିଗରୀ ବିଷୟରେ ଜାଣିବାକୁ ଚେଷ୍ଟା କରି ତାଙ୍କ ନିକଟରେ ପହଞ୍ଚିଥିଲୁ, ନିଜ କାରିଗରୀ ପଛରେ ଥିବା ତାଙ୍କ ବିଚାରକୁ ଜାଣି ଆଶ୍ଚର୍ଯ୍ୟ ହେବା ସହ ଏକ ଖୁସି ମିଳିଥିଲା। ଗୋଟି ଗୋଟି ଘାସରୁ ସେ ଗୋଟିଏ ଶାଢ଼ୀ ବୁଣିବାକୁ ଯାଉଥିବା କଥା ଶୁଣିଲେ ଯେ କେହି ବି ଚକିତ ହେବା ସହ ତାଙ୍କ ପ୍ରଶଂସା ନକରି ରହି ପାରିବେ ନାହିଁ।

ଘାସର ଶାଢ଼ୀ, ନାରୀଙ୍କ ପାଇଁ ନିଆରା ବସ୍ତ୍ର

କୃଷ୍ଣମୂର୍ତ୍ତୀ ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲାର ପରଚୁରୁ ମଣ୍ଡଳ ବିରନ୍ନପାଳମରେ ରୁହନ୍ତି। ବାପାଙ୍କୁ ଚାଷକାର୍ଯ୍ୟରେ ସହଯୋଗ କରିବା ପାଇଁ ପଞ୍ଚମ ଶ୍ରେଣୀରୁ ହିଁ ସେ ପାଠପଢ଼ାରେ ଡୋରି ବାନ୍ଧି ଦେଇଥିଲେ। ସେବେଠୁ କୃଷ୍ଣମୂର୍ତ୍ତୀ ଚାଷ ଜମିରେ ଏକ ନୂଆ ଛାତ୍ର ଜୀବନ ଆରମ୍ଭ କଲେ। ଧିରେ ଧିରେ ଶୁଖିଲା ଘାସକୁ ନେଇ ସେ ବୁଣିବା ଆରମ୍ଭ କଲେ। ପ୍ରଥମେ ଗାଇ ବାନ୍ଧିବା ପାଇଁ ଦୌଡ଼ି ପରେ ହଣ୍ଟର ବେଲ୍ଟ ତିଆରି କରିବା କାରିଗରୀ ସେ ଶିକ୍ଷା ଲାଭ କଲେ । ଏହି କଳା ଓ କୌଶଳକୁ ନେଇ 70 ବର୍ଷ ବୟସରେ ସେ 6 ୟାର୍ଡର ଶାଢ଼ୀ ତିଆରି କରିଛନ୍ତି।

ପ୍ରଥମେ ପ୍ରଥମେ ସେ 36 /9 ଇଞ୍ଚ ଲମ୍ବା ଏକ ଚାଦର ତିଆରୀ କରିଥିଲେ। କିନ୍ତୁ ଏହା ଲୋକଙ୍କ ଉପରେ ଏତେଟା ପ୍ରଭାବ ପକାଇ ପାରିଲାନାହିଁ। ଏହାପରେ ପ୍ରକାଶମ ଜିଲ୍ଲାପାଳ ଏହି ଚାଦରଠାରୁ କିଛି ବଡ଼ ତିଆରି କରିବାକୁ ପରାମର୍ଶ ଦେଲେ। ଏହାପରେ ସେ 40 ଇଞ୍ଚ ଲମ୍ବା ଓ 20 ଇଞ୍ଚ ଚୌଡ଼ା ଏକ ସ୍କାର୍ଫ ବୁଣିଥିଲେ।

କୃଷ୍ଣମୂର୍ତ୍ତୀଙ୍କ କହିବା କଥା ହେଲା, ଭାରତୀୟ କଳା ଓ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଇବା ତାଙ୍କର ଲକ୍ଷ୍ୟ। ଶୁଖିଲା ଘାସ ବା ଧାନ ନଡ଼ାକୁ ନେଇ ସେ ପ୍ରଥମେ ଏକ ସ୍କାର୍ଫ ବୁଣିଥିଲେ। ସେ କେବଳ ସ୍କାର୍ଫରେ ସୀମିତ ରହିନଥିଲେ। ଏହାପରେ ସେ ଏକ ଶାଢ଼ୀ ବୁଣିଥିଲେ ଯାହା ଫଳରେ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରି ପାରିଥିଲେ। ଏହି କାରିଗରୀ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସେ ପ୍ରଶଂସାର ପାତ୍ର ହୋଇଛନ୍ତି।

ଶୁଖିଲା ଘାସକୁ ନେଇ ସେ 6ୟାର୍ଡର ଶାଢ଼ୀ ବୁଣିଛନ୍ତି। ବିନା ଛୁଞ୍ଚିରେ ଏକ ବ୍ଲାଉଜ ମଧ୍ୟ ତିଆରି କରିଛନ୍ତି। ହ୍ୟାଣ୍ଡବ୍ୟାଗ ସହ ଅନେକ ଜିନିଷ ବୁଣିଛନ୍ତି ଓ ଏଥିପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି। ଯେତେବେଳେ ଭାରତର ରାଷ୍ଟ୍ରପତି ତାଙ୍କୁ ପୁରସ୍କାର ଦେଉଥିଲେ ସେତେବେଳେ ସେ ତାଙ୍କୁ ଏକ ଶାଲ ଦେବାର ଅବସର ପାଇଥିଲେ। ଏହି ଶାଲର ଓଜନ 125 ଗ୍ରାମ ରହିଥିଲା।

ପ୍ରଥମେ ଘାସକୁ ପାଣିରେ ଭିଜା ଯାଇଥାଏ। ଏହା ନରମ ହେବା ପରେ ଏହାକୁ ସୂତା ଭଳି କଟାଯାଏ। ପରେ ଏହି ସୂତାକୁ ସ୍ବ-ନିର୍ମିତ ଏକ ଲୁମ ଭଳି ଫ୍ରେମରେ ବୁଣାଯାଏ । ଶାଢ଼ୀର ଧାର ପାଇଁ ସାଧାରଣ ସୂତା ବ୍ୟବହୃତ ହୋଇଥାଏ। ଏହାଦ୍ବାରା ଶାଢ଼ୀ ବହୁ ଦିନ ଧରି ବ୍ୟବହାର ଉପୋଯୋଗୀ ହୁଏ। ଏହି ଶାଢ଼ୀକୁ ଧୋଇବା ପରେ ଏହାକୁ ଏକ ଛାଇ ଯାଗାରେ ଶୁଖାଯାଏ। ଏହି ଶାଢ଼ୀ ବୁଣିବା ପାଇଁ କୃଷ୍ଣମୂର୍ତ୍ତୀଙ୍କ ପରିଶ୍ରମ ଛଡ଼ା ଗୋଟିଏ ଟଙ୍କା ଖର୍ଚ୍ଚ ହୁଏନାହିଁ। ଘାସ ଶାଢ଼ୀ କେବଳ ଦେଶରେ ନୁହେଁ ଆମେରିକାରେ ମଧ୍ୟ ଲୋକ ପ୍ରିୟ। ଏହି କାରିଗରି ପାଇଁ ସେ ବହୁ ସ୍ଥାନରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ବ୍ରିଟିଶ ଶାସନ କାଳରେ, ଜଣେ ବ୍ୟକ୍ତି ଏକ ଶାଢ଼ୀ ବୁଣିଥଲେ ଯାହା ଫୋଲ୍ଡ ହେବା ପରେ ଏକ ଦିଆସିଲି କାଠି ବାକ୍ସରେ ଫିଟ ହେଉଥିଲା। ବ୍ରିଟିଶମାନେ ତାଙ୍କ ହାତ କାଟି ଏଭଳି ଲୁମ ବ୍ୟବହାରକୁ ବାରଣ କରିଥିବା କଥା ରହିଛି। ଏଥିପାଇଁ ସେ ଏଭଳି ଶାଢ଼ୀ ବୁଣି ଭାରତର କାରିଗରୀ ବିଶ୍ବରେ ପରିଚିତ କରାଇବାକୁ ଚାହୁଁଛନ୍ତି।

କୃଷ୍ଣମୂର୍ତ୍ତୀଙ୍କ କହିବା କଥା ହେଲା, ଏହି ପ୍ରୟାସ ପଛରେ ତାଙ୍କ ଲକ୍ଷ୍ୟ ହେଉଛି ବର୍ଷକୁ 6ମାସ ଚାଷ କରି ପେଟକୁ ଦାନା ଦେଉଥିବା ଚାଷୀଙ୍କ ପ୍ରତି ସମ୍ମାନ ଭାବ ଆଣିବା । ପ୍ରତି ଭୋଜନ ପାଇଁ କଠିନ ପରିଶ୍ରମ କରେ ଚାଷୀ। କୃଷ୍ଣମୂର୍ତ୍ତୀଙ୍କ କାରିଗରିକୁ ସ୍ଥାନୀୟ ଲୋକେ ପ୍ରଂଶସା କରିବା ସହ ପରିଣତ ବୟସରେ ତାଙ୍କର କାର୍ଯ୍ୟକୁ ଉତ୍ସାହ ଯୋଗାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.