ETV Bharat / bharat

ଦେଶରେ ଜୁଲାଇ 7 ସୁଦ୍ଧା 1,4,73,771 କୋଭିଡ ଟେଷ୍ଟ ସରିଛି: ICMR - Indian Council of Medical Research

କୋରୋନା ସଂକ୍ରମଣ ରୋକିବାକୁ ତତ୍ପର ସରକାର । ଗତ 24 ଘଣ୍ଟାରେ 2 ଲକ୍ଷ 62 ହଜାର 679ଟି ନମୁନା ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

ଦେଶରେ ଜୁଲାଇ 7 ସୁଦ୍ଧା 1,4,73,771 ଟି କୋଭିଡ ଟେଷ୍ଟ ସରିଛି: ICMR

author img

By

Published : Jul 8, 2020, 10:36 AM IST

ନୂଆଦିଲ୍ଲୀ: ଭାରତରେ ଉତ୍କଟ ରୂପ ନେଉଛି କୋରୋନା ସଂକ୍ରମଣ । ବର୍ତ୍ତମାନ 7 ଲକ୍ଷ 42 ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଦେଶରେ ଯେପରି କୋରୋନା ଉପରେ କାବୁ କରାଯିବ ସେନେଇ କୋଭିଡ ଟେଷ୍ଟକୁ ମଧ୍ୟ ବୃଦ୍ଧି କରାଯାଉଛି । ଦେଶରେ ଥିବା ସମସ୍ତ ପଞ୍ଜିକୃତ ଲ୍ୟାବରେ ଅହରହ ଏହି ଟେଷ୍ଟ ଜାରି ରହିଛି ।

ଦେଶରେ ଜୁଲାଇ 7 ସୁଦ୍ଧା 1,4,73,771 ଟି କୋଭିଡ ଟେଷ୍ଟ ସରିଛି: ICMR
ଦେଶରେ ଜୁଲାଇ 7 ସୁଦ୍ଧା 1,4,73,771 ଟି କୋଭିଡ ଟେଷ୍ଟ ସରିଛି: ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆସିଏମଆର) ସୂଚନା ମୁତାବକ, ଗତ 24 ଘଣ୍ଟା ମଧ୍ୟରେ 262679 ନମୁନା ପରୀକ୍ଷା କରାଯାଇଛି । ଯାହାଦ୍ବାରା ଦେଶରେ 7 ଜୁଲାଇ ମଙ୍ଗଳବାର ସୁଦ୍ଧା 1 କୋଟି 4 ଲକ୍ଷ 73 ହଜାର 771ଟି ପରୀକ୍ଷା କରାଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଚେତନତା ସତ୍ତ୍ବେ ବୃଦ୍ଧି ପାଉଛି ସଂକ୍ରମଣ । ଜୁଲାଇ 7 ତାରିଖ ସୁଦ୍ଧା ଭାରତର ସଂକ୍ରମଣ ସଂଖ୍ୟା 7 ଲକ୍ଷ 42 ହଜାର 417କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ 20 ହଜାର 642 ଜଣଙ୍କର ମୃତ୍ୟୁ ହୋଇଛି । 4 ଲକ୍ଷ 56 ହଜାର 831ଟି ଜଣ ସୁସ୍ଥ ହୋଇଥିବାବେଳେ, 2 ଲକ୍ଷ 64 ହଜାର 944ଟି ମାମଲା ଏବେ ବି ସକ୍ରିୟ ରହିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟମନ୍ତ୍ରାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.