ETV Bharat / bharat

ସୁପ୍ରିମକୋର୍ଟରେ ରାଜସ୍ଥାନ ମାମଲା, ଗୁରୁବାର ବାଚସ୍ପତିଙ୍କ ଯାଚିକାର ଶୁଣାଣି

author img

By

Published : Jul 22, 2020, 7:58 PM IST

ରାଜସ୍ଥାନ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସିପି ଜୋଶୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଗୁରୁବାର ଏହି ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ । ଅଧିକ ପଢନ୍ତୁ...

ସୁପ୍ରମିକୋର୍ଟରେ ରାଜସ୍ଥାନ ମାମଲା, ଗୁରୁବାର ବାଚସ୍ପତିଙ୍କ ଯାଚିକାର ଶୁଣାଣି

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସିପି ଜୋଶୀ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଗୁରୁବାର ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ବାଚସ୍ପତିଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ଗୁରବାର ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ବୋଲି ଜଣାପଡିଛି । କଂଗ୍ରେସ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି ଜୋଶୀ ।

ସିପି ଜୋଶୀ କହିଥିଲେ ଯେ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର କେବଳ ବାଚସ୍ପତିଙ୍କର ରହିଛି । ଏଥିରେ ଆଉ କାହାର ହସ୍ତକ୍ଷେପ କରିବା ଠିକ ନୁହେଁ । ସରକାର ଗଣତନ୍ତ୍ରର ପାଳନ କରୁଥିବା ବେଳେ ଏଥିରେ ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି କହିଥିଲେ ଜୋଶୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.