ETV Bharat / bharat

ହୋମୱାର୍କ ଦେଖାଇବା ପାଇଁ 35 କିମି ଯାତ୍ରା କଲା କୁନି ବାଳକ - ହୋମୱାର୍କ

ତୃତୀୟ ଶ୍ରେଣୀରେ ପଢୁଥିବ 8 ବର୍ଷର ବାଳକ ପୱନ କାନ୍ତି ଶିକ୍ଷୟତ୍ରୀଙ୍କୁ ହୋମୱାର୍କ ଦେଖାଇବା ପାଇଁ କର୍ଣ୍ଣାଟକର ୟାରିବୁଦିହାଲା ଗ୍ରାମରୁ ହୁବଲି ପର୍ଯ୍ୟନ୍ତ 35 କିଲୋମିଟର ଯାତ୍ରା କରିଛି | ଅଧିକ ପଢନ୍ତୁ...

ହୋମୱାର୍କ ଦେଖାଇବା ପାଇଁ 35 କିଲୋମିଟର ଯାତ୍ରା କଲା କୁନି ବାଳକ

author img

By

Published : Oct 31, 2020, 5:24 PM IST

ବେଙ୍ଗାଲୁରୁ: ଶିକ୍ଷୟତ୍ରୀଙ୍କୁ ହୋମୱାର୍କ ଦେଖାଇବା ପାଇଁ 35 କିମି ଯାତ୍ରା କଲେ କୁନି ଛାତ୍ର ପୱନ କାନ୍ତି । ତୃତୀୟ ଶ୍ରେଣୀରେ ପଢୁଥିବା ଏହି 8 ବର୍ଷର ବାଳକ ପୱନ କାନ୍ତି ଶିକ୍ଷୟତ୍ରୀଙ୍କୁ ହୋମୱାର୍କ ଦେଖାଇବା ପାଇଁ କର୍ଣ୍ଣାଟକର ୟାରିବୁଦିହାଲା ଗ୍ରାମରୁ ହୁବଲି ପର୍ଯ୍ୟନ୍ତ 35 କିଲୋମିଟର ଯାତ୍ରା କରିଛନ୍ତି |

ଲକଡାଉନ ପୂର୍ବରୁ ପୱନ କାନ୍ତି ରେସିଡେଣ୍ଟିଆଲ ସ୍କୁଲରେ ପଢୁଥିଲେ । କୋରୋନା ପାଇଁ ଅନଲାଇନ ଶିକ୍ଷା ଆରମ୍ଭ ହେବା ପରେ ଗାଁରେ ନେଟୱାର୍କ ସମସ୍ୟା ହେତୁ ସେ ଅନଲାଇନ କ୍ଲାସ କରିପାରିନଥିଲେ ।

ଏଣୁ ପାଠ ପଢିବା ପାଇଁ କିଛି ସୁବିଧା କରିବାକୁ ପୱନ ନିଜ ମାଙ୍କୁ କହିଥିଲେ । ପିଲାର ଆଗ୍ରହ ଦେଖି ପୱନଙ୍କ ମା ପାର୍ବତୀ ଶିକ୍ଷୟତ୍ରୀ ଅନୁସୟା ସାଜନଙ୍କ ନିକଟକୁ ନେଇଥିଲେ | ଏହାପରେ ଶିକ୍ଷୟତ୍ରୀ ଜଣଙ୍କ ପୱନଙ୍କୁ ହୋମୱାର୍କ ଏବଂ ପଢା ମ୍ୟାଟରିଆଲ ଦେଇ ଏକ ମାସ ମଧ୍ୟରେ ହୋମୱାର୍କ ସାରିବାକୁ କହିଥିଲେ ।

ଏକ ମାସ ମଧ୍ୟରେ ପୱନ ହୋମୱାର୍କ ସାରି କୁଣ୍ଡାଗୋଲା ତାଲୁକର ୟାରିବୁଦିହାଲା ଗ୍ରାମରୁ ହବଲି ପର୍ଯ୍ୟନ୍ତ 35 କିଲୋମିଟର ଯାତ୍ରା କରି ଶିକ୍ଷୟତ୍ରୀଙ୍କୁ ନିକଟରେ ପହଞ୍ଚିଥିଲେ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.