ଲକ୍ଷ୍ନୌ: ପୁଣି ଲଜ୍ଜ୍ୟା । ଟ୍ୟୁସନ ଶିକ୍ଷକ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ଶିକ୍ଷକ ଜଣଙ୍କୁ ଗିରଫ କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫନଗରରେ । ସୂଚନା ଅନୁସାରେ, ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଶିକ୍ଷକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣାର ତଦନ୍ତ ଆରମ୍ଭ କରି ଶିକ୍ଷକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ