ETV Bharat / bharat

‘ହିନ୍ଦୁ ଦେବାଦେବୀଙ୍କୁ ମିଳୁ ନାଗରିକତା’ - Caa update news

ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନଆରସି)କୁ ନେଇ ଦେଶରେ ଅଧିକାଂଶ ସ୍ଥାନରେ ବିବାଦ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ହାଇଦ୍ରାବାଦସ୍ଥିତ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବାଦେବୀଙ୍କ ପାଇଁ ନାଗରିକତା ଦାବି କରିଛନ୍ତି। ଅଧିକ ପଢନ୍ତୁ...

a priest demanded citizenship to lord balaji
ଡିଜାଇନ ଫଟୋ
author img

By

Published : Jan 26, 2020, 5:12 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ଦେଶରେ ବିଭିନ୍ନ ପ୍ରାନ୍ତରେ ବିବାଦ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ହାଇଦ୍ରାବାଦସ୍ଥିତ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବାଦେବୀଙ୍କ ପାଇଁ ନାଗରିକତା ଦାବି କରିଛନ୍ତି। ଏହି ମନ୍ଦିରର ପୂଜାରୀ ରଙ୍ଗାରାଜନ ସରକାରଙ୍କୁ ତିରୁମାଲାର ଭେଙ୍କେଟେଶ୍ବର ସ୍ବାମୀ, ସାବରୀମାଳାର ଅୟପ୍ପା ସ୍ବାମୀଙ୍କ ଭଳି ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସିଏଏ ଧାରା 5(4) ଅଧିନରେ ନାଗରିକତା ପଞ୍ଜିକରଣ କରିବା ପାଇଁ ଦାବି କରିଛନ୍ତି।

ପୂଜାରୀଙ୍କ କହିବା ଅନୁସାରେ, ଯଦି ସିଏଏ କାନୁନ ଜରିଆରେ ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇପାରୁଛି ମନ୍ଦିର ଦେବାଦେବୀଙ୍କୁ କାହିଁକି ମିଳିବ ନାହିଁ। ଭାରତର ଧର୍ମ ନିରପେକ୍ଷ ରାଜ୍ୟଙ୍କଠୁ ହିନ୍ଦୁ ମନ୍ଦିର ଓ ଧାର୍ମିକ ସଙ୍ଗଠନଙ୍କୁ ସଙ୍କଟ ରହିଥିବାର ସେ କହିଛନ୍ତି। ସରକାର ସାମ୍ବିଧାନିକ ପ୍ରତିବନ୍ଧ ସତ୍ତ୍ବେ ହିନ୍ଦୁ ମନ୍ଦିର ଓ ସଂସ୍ଥାକୁ ଯଦି ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି, ନାଗରିକତା ପ୍ରଦାନରେ ମଧ୍ୟ ଦେବାଦେବୀଙ୍କୁ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି।

ନାଗରିକତା ସଂଶୋଧନ ଆଇନ(ସିଏଏ) ଅଧିନରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ 31 ଡିସେମ୍ବର 2014 ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ପାର୍ସୀ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଅନ୍ୟପକ୍ଷେ ମୁସଲମାନଙ୍କୁ ଏଥିରେ ସାମିଲ କରାଯାଇନଥିବା କାରଣରୁ ଦେଶର ବିଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.