ETV Bharat / bharat

ରାଜନୈତିକ ରାଜ୍ୟପାଳ

ଭାରତ ରାଜ୍ୟମାନଙ୍କର ସଂଘ ରୂପରେ ବିକଶିତ ହେବ ବୋଲି ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଘୋଷଣା କରାଯାଇଛି। ସଂସଦୀୟ ଗଣତନ୍ତ୍ର ଭଲ ଭାବରେ ସରଞ୍ଚିତ ହୋଇଥିବା ଗଣତାନ୍ତ୍ରିକ ମହାସଂଘର ମୂଳଦୁଆ ଉପରେ ସମୃଦ୍ଧ ହେବ ବୋଲି ସମ୍ବିଧାନର ସଂସ୍ଥାପକମାନେ ଚିନ୍ତା କରିଥିଲେ। କିନ୍ତୁ ଆଜିର ବାସ୍ତବିକତା ଅଲଗା। ଅଧିକ ପଢନ୍ତୁ...

political governors
ରାଜନୈତିକ ରାଜ୍ୟପାଳ
author img

By

Published : Jan 27, 2020, 1:34 PM IST

ଭାରତ ରାଜ୍ୟମାନଙ୍କର ସଂଘ ରୂପରେ ବିକଶିତ ହେବ ବୋଲି ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଘୋଷଣା କରାଯାଇଛି। ସଂସଦୀୟ ଗଣତନ୍ତ୍ର ଭଲ ଭାବରେ ସରଞ୍ଚିତ ହୋଇଥିବା ଗଣତାନ୍ତ୍ରିକ ମହାସଂଘର ମୂଳଦୁଆ ଉପରେ ସମୃଦ୍ଧ ହେବ ବୋଲି ସମ୍ବିଧାନର ସଂସ୍ଥାପକମାନେ ଚିନ୍ତା କରିଥିଲେ। କିନ୍ତୁ ଆଜିର ବାସ୍ତବିକତା ଅଲଗା। ‘ମୁଁ ସରକାର’ ବୋଲି ଦିଲ୍ଲୀର ଉପରାଜ୍ୟପାଳଙ୍କ ଅପରିଣାମଦର୍ଶୀ ବୟାନକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ନିକଟରେ ପଶ୍ଚିମବଙ୍ଗ ଓ କେରଳର ରାଜ୍ୟପାଳମାନେ ଯେଉଁ ବିବାଦ ଆରମ୍ଭ କରିଛନ୍ତି ତାହାଦ୍ବାରା ସଂଘୀୟ ଢାଞ୍ଚାରେ ଫାଟ ସୃଷ୍ଟି ପାଇଁ ରାସ୍ତା ପ୍ରସ୍ତୁତ ହୋଇଛି।

କେରଳର ପ୍ରଥମ ନାଗରିକ ଆରିଫ ମହମ୍ମଦ୍‌ ଖାଁଙ୍କ ଚିନ୍ତାଧାରା ହେଉଛି, କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଆଇନକୁ ସମର୍ଥନ କରିବା ତାଙ୍କର ବ୍ୟକ୍ତିଗତ ଦାୟିତ୍ବ, ଯାହାକି ବହୁତ ଆଶ୍ଚର୍ଯ୍ୟଜନକ। ସେ ରବର ଷ୍ଟାମ୍ପ ନୁହଁନ୍ତି ବୋଲି ଦାବି କରୁଛନ୍ତି। କେରଳର ଏଲଡିଏଫ୍‌ ସରକାର କିପରି ନାଗରିକ ସଂଶୋଧନ ଅଧିନିୟମ ବିରୋଧରେ ସୁପ୍ରିମ୍‌କୋର୍ଟର ସାହାରା ନେଇଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ରାଜନୀତି ଗରମ ହେବାର ପ୍ରମାଣ ମିଳୁଛି।

ଦ୍ବିତୀୟତଃ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ୍‌ ଧନ୍‌କଡ ମଧ୍ୟ ବିବାଦ ଓ ଗମ୍ଭୀର ସମାଲୋଚନାର କେନ୍ଦ୍ର ହୋଇଛନ୍ତି। ରାଜ୍ୟପାଳ ଧନ୍‌କଡ ମମତା ବାନାର୍ଜୀଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି। ଯାହାଫଳରେ ଯାଦବପୁର ବିଶ୍ବବିଦ୍ୟାଳୟରେ ‘ବିଜେପି କର୍ମୀ ଧନ୍‌କଡ, ଗୋ ବ୍ୟାକ୍‌’ ବୋଲି ପ୍ଲାକାର୍ଡ ଧରିଥିବା ପ୍ରଦର୍ଶନକାରୀଙ୍କ ସହିତ ତାଙ୍କର ମୁହଁମୁହିଁ ହୋଇଥିଲା। ସାମ୍ବିଧାନିକ ଲୋକଙ୍କ ବ୍ୟତୀତ ରାଜ୍ୟପାଳମାନଙ୍କର ଦାୟିତ୍ବ ସୀମିତ ଓ ନାମମାତ୍ର।

ଯେତେବେଳେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥାଏ ସେତେବେଳେ ରାଜ୍ୟପାଳମାନେ ଆଗକୁ ଆସି ନିଜର ନିର୍ଦ୍ଧାରିତ କର୍ତ୍ତବ୍ୟକୁ ତୁଲାଇଥାନ୍ତି। କେରଳ ଓ ପଶ୍ଚିମବଙ୍ଗରେ ବିବାଦର କେନ୍ଦ୍ର ବିନ୍ଦୁ ହୋଇଥିବା ରାଜ୍ୟପାଳମାନଙ୍କ କର୍ତ୍ତବ୍ୟ ଉଲଂଘନର ଶ୍ରେଷ୍ଠ ଉଦାହରଣ। ଏହି ଦୁଇ ରାଜ୍ୟରେ ଅଣ-ବିଜେପି ରାଜନୈତିକ ଦଳଗୁଡିକର ପ୍ରତିକ୍ରିୟା ଲୋକତନ୍ତ୍ର ପ୍ରେମୀମାନଙ୍କର ପ୍ରତିବିମ୍ବ ହୋଇଛି।

‘ରାଜନୈତିକ ନେତାମାନେ ବ୍ୟକ୍ତିଗତ ଲାଭ ପାଇଁ ଅଧିକ କ୍ଷମତା ଚାହିଁଥାନ୍ତି। କିନ୍ତୁ ଅନ୍ୟ କ୍ଷେତ୍ରରେ ଥିବା ଶିକ୍ଷାବିତ ଓ ବିଶେଷଜ୍ଞମାନେ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି।’ ଏହି ଟିପ୍ପଣୀ ଓ ବିଶ୍ଲେଷଣ ସମ୍ବିଧାନ ସଭାରେ ପଣ୍ଡିତ ନେହେରୁ ରାଜ ଭବନରେ ନିଯୁକ୍ତି ଦିଆଯାଉଥିବା ବ୍ୟକ୍ତିମାନଙ୍କ ଉପରେ କରିଥିଲେ। କିନ୍ତୁ ସେହି ଦିନଗୁଡିକର ଆଦର୍ଶ, କେନ୍ଦ୍ରରେ ଅନେକ ଦଶନ୍ଧି ଧରି କେନ୍ଦ୍ରୀୟ ଶାସନ ପରେ କଂଗ୍ରେସ ସରକାର ଅନୈତିକ ରାଜନୀତିର ସାହାରା ନେବା ପାଇଁ ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳମାନଙ୍କର ସ୍ଥିତିକୁ ସମାପ୍ତ କରିଦେଇଥିଲା।

ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ବିହାର ବିଧାନସଭା ଭଙ୍ଗ ମାମଲାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ଚିନ୍ତାଧାରାରେ ରାଜ୍ୟପାଳ ବୁଟା ସିଂହଙ୍କ ଭୂମିକାକୁ ସମାଲୋଚନା କରିଥିଲେ। ଅପରପକ୍ଷରେ ପ୍ରଖ୍ୟାତ ଲୋକ ଜାକିର୍‌ ହୁସେନ୍‌, ସରୋଜିନୀ ନାଇଡ଼ୁ, ସୁରଜିତ୍‌ ସିଂହ ବର୍ଣ୍ଣ।ଲାଙ୍କ ଭଳି ନେତାମାନେ ରାଜ୍ୟପାଳ ପଦବୀର ଗୌରବମଣ୍ଡନ କରିଛନ୍ତି। ଏମାନଙ୍କ ସଂଖ୍ୟା ତୁଳନାରେ ରାମ ଲାଲ, ସିବତେରାଜି ଓ ଭଣ୍ଡାରୀଙ୍କ ଭଳି କିଛି ରାଜନେତା ରାଜ୍ୟପାଳମାନଙ୍କ ସଂଖ୍ୟା ବହୁତ ଅଧିକ।

ୟୁପିଏ ସରକାର ରାଜ୍ୟପାଳମାନଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଯୁକ୍ତି କରିବା ଓ ରାଜ୍ୟପାଳ ଭୂମିକା ପାଇଁ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ କରିବାର କଳାରେ ନିପୁଣତା ହାସଲ କରିଛି। ଏପରିକି ଏନ୍‌ଡିଏ ସରକାର ମଧ୍ୟ ରାଜଭବନ ମାଧ୍ୟମରେ ଅଣ-ବିଜେପି ସରକାରଗୁଡିକୁ ହଇରାଣ କରିବାର କଳା ପ୍ରଦର୍ଶନ କରୁଛନ୍ତି। କେରଳ ଓ ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ଶାସକ ଦଳ ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବୟାନବାଜୀ ଏହାର ଶ୍ରେଷ୍ଠ ଉଦାହରଣ। କେରଳରେ ପୌର ସଂସ୍ଥାମାନଙ୍କରେ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରରେ ଯେଉଁ ଅଧ୍ୟାଦେଶ ଜାରି କରିଥିଲେ ତାହାକୁ ରାଜ୍ୟପାଳ ଆରିଫ ମହମ୍ମଦ୍‌ ଖାଁ ରୋକି ଦେଇଛନ୍ତି। କେରଳ ସରକାର ବିରୋଧରେ ସିଏଏ ପ୍ରସଙ୍ଗରେ ମଧ୍ୟ (ରାଜ୍ୟପାଳଙ୍କ ପରାମର୍ଶ ବିନା କେନ୍ଦ୍ର ସରକାରଙ୍କୁ ପତ୍ର ) ରାଜ୍ୟପାଳ ଅଭିଯୋଗ କରିଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନ୍‌କଡ ପ୍ରଶ୍ନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ଏହା କ’ଣ ରାଜ୍ୟପାଳମାନଙ୍କର ଭୂମିକା, ଯିଏକି ରାଜ୍ୟପାଳଙ୍କ ସାମ୍ବିଧାନିକ ସ୍ଥିତିକୁ ପ୍ରଭାବିତ ନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିବାର କାମ କରିଥାଏ।

ରାଜଭବନ ଭଳି ସଂସ୍ଥାକୁ ରାଜନୈତିକ ରୂପରେ ପ୍ରତିଷ୍ଠିତ କରିବା ଦ୍ବାରା ଯେଉଁ କ୍ଷତି ହୋଇଛି ସେଥିପାଇଁ ସମସ୍ତ ଦଳ ଗୁଡିକୁ ସମାନ ଭାବରେ ଦୋଷୀ କରାଯିବା ଉଚିତ। ଉତ୍ତର ପ୍ରଦେଶରେ ତତ୍କାଳୀନ ରାଜ୍ୟପାଳ ରମେଶ ଭଣ୍ଡାରୀ ବିଜେପି ସରକାରକୁ ବର୍‌ଖାସ୍ତ କରିବା ପାଇଁ ଉତ୍ସୁକ ଥିଲେ। ଅପରପକ୍ଷରେ ବିହାରରେ ରାଜ୍ୟପାଳ ଥିବା ସୁନ୍ଦରସିଂହ ଭଣ୍ଡାରୀ ବିଜେପିର ପ୍ରତିଦ୍ବନ୍ଦ୍ବୀ ଲାଲୁ ସରକାରର ତଣ୍ଟି ଚିପିବା ପାଇଁ ସମ୍ପୂର୍ଣ୍ଣ ଭାବରେ ନୈତିକତାକୁ ଭୁଲିଯାଇଥିଲେ। ଜମ୍ମୁ-କାଶ୍ମୀରର ବିଧାନସଭାକୁ ଭଙ୍ଗ କରିବା ପଛରେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କର ଯେଉଁ ଭାବନା ଥିଲା ତାହା ଏକ ଖୋଲା ରହସ୍ୟ ହୋଇ ରହିଛି। ଯାହା ଫଳରେ ବିଜେପି ବିରୋଧୀ ପିଡିଏଫ, ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଏକଜୁଟ୍‌ ହୋଇଯାଇଥିଲେ।

1994ରେ କର୍ଣ୍ଣାଟକରେ ତତ୍କାଳୀନ ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ (ଏସଆର ବୋମାଇ ବନାମ୍‌ କେନ୍ଦ୍ର ସରକାର) ବିରୋଧରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ସୁପ୍ରିମ୍‌କୋର୍ଟ ନାକଚ କରିଦେଇଥିଲେ। ରାଜ୍ୟପାଳମାନେ ପାର୍ଟି ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପରିବର୍ତ୍ତେ ସଠିକ୍‌ ଭାବରେ ଓ ନିଷ୍ପକ୍ଷ ରହି ନିଜର ଦାୟିତ୍ବ ତୁଲାଇବା ଉଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ। ଏଥିରେ ସମ୍ବିଧାନର ଧାରା 356 ଓ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଏହା ପୂର୍ବରୁ ରାଜ୍ୟପାଳମାନଙ୍କ କିପରି ହେବା ଉଚିତ ସେ ସମ୍ପର୍କରେ ସରକାରିଆ କମିଶନ ତାଙ୍କ ଅଧ୍ୟୟନରେ ବ୍ୟାପକ ଭାବେ ଆଲୋଚନା କରି ବିସ୍ତୃତ ଭାବରେ ସୁପାରିଶ କରିଛନ୍ତି। ରାଜ୍ୟପାଳମାନେ ପାର୍ଟିର ନିଷ୍ଠା ଅନୁସାରେ ଯେଉଁ ପକ୍ଷପାତି କାମ କରୁଛନ୍ତି ତାଦ୍ବାରା ରାଜନୈତିକ ଅସ୍ଥିରତା ସୃଷ୍ଟି ହେଉଛି ବୋଲି ଏହି ସୁପାରିଶରେ କୁହାଯାଇଛି। ଏହାପରେ ସରକାରିଆ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଥଣ୍ଡା ବାକ୍ସରେ ପକାଇ ଦିଆଯାଇଛି।

ଏହିଭଳି ଦୁର୍ଭାବନା ଗ୍ରସ୍ତ ମନୋବୃତ୍ତି ଯୋଗୁଁ ଦେଶର ସମ୍ବିଧାନର ମୂଳଦୁଆ ହଲିବାରେ ଲାଗିଲାଣି। ଗତ 9ବର୍ଷ ତଳେ 14ତମ ମୁଖ୍ୟ ସତର୍କତା କମିଶନ ଭାବରେ ପି.ଜେ. ଥୋମାସ୍‌ଙ୍କ ନିଯୁକ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କର ନୈତିକ ସିଦ୍ଧାନ୍ତ ରହିଛି ତାଙ୍କୁ ହିଁ ଏହି ପଦବୀରେ ଅବସ୍ଥାନ କରାନଯାଉ।

ଯେତେବେଳେ ରାଜ୍ୟପାଳମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କାମ କରିବାର ସେତୁ ଭାବରେ ଦାୟିତ୍ବ ନିର୍ବାହ କରିବା ଉଚିତ। ରାଜ୍ୟପାଳମାନେ ସ୍ପଷ୍ଟ ଭାବରେ ନିଜର ଶକ୍ତି ଓ ଦାୟିତ୍ବକୁ ପରିଭାଷିତ କରିବା ସହିତ ନୀତିଗୁଡିକୁ ସମ୍ପୂର୍ଣ୍ଣଭାବରେ ପାଳନ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ଯିଏ କି ରାଜଭବନକୁ ବିଚଳିତ କରୁଥିବା ଗ୍ରହଣଠାରୁ ମୁକ୍ତି ଦେଇପାରିବ ସେହି ଭଳି ବ୍ୟକ୍ତିଙ୍କୁ ଚୟନ କରିବା ଉଚିତ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.