ETV Bharat / bharat

ସୁପ୍ରିମକୋର୍ଟରେ ହେବ ସିଜେଆଇଙ୍କ ବିଚାର - ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ ହେବ ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିଚାର । ଜଣେ ମହିଳା ବିଚାରପତିଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବେ ।

ଡିଜାଇନ ଫଟୋ
author img

By

Published : Apr 24, 2019, 10:04 AM IST

Updated : Apr 24, 2019, 10:14 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହେବ ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିଚାର । ଜଣେ ମହିଳା ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବେ। ଏନେଇ ସୁପ୍ରିମକୋର୍ଟରେ ନିଷ୍ପତ୍ତି ହୋଇଛି ।

ଗତକାଲି ସୁପ୍ରିମକୋର୍ଟର ପ୍ରାୟ ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଏହି ନିଷ୍ପତ୍ତି ସମୟରେ ଜଷ୍ଟିସ ଗୋଗୋଇ ଉପସ୍ଥିତ ନଥିବା ଜଣାପଡିଛି। ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମଣ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ ରହିଛନ୍ତି । ସୂଚନା ଅନୁଯାୟୀ, ଅଦାଲତର ଜଣେ ପୂର୍ବତନ କର୍ମଚାରୀ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯାହାକୁ ସିଜେଆଇ ଖଣ୍ଡନ କରୁଛନ୍ତି ।

Intro:Body:

df

Conclusion:
Last Updated : Apr 24, 2019, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.