ETV Bharat / bharat

ଏବେ ବି ଜାରି ରହିଛି ପାର୍କିନସନ୍ସ ରୋଗର ଅନୁସନ୍ଧାନ - A novel tool to help gain deeper insight into Parkinsons disease

ପାର୍କିନସନ୍ସ ରୋଗ ହେଉଛି ଏକ ସାଧାରଣ ନ୍ୟୁରୋଡିଜେନେରେଟିଭ ରୋଗ । ଯାହାର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିନାହିଁ । ସାରା ବିଶ୍ବରେ ବିଭିନ୍ନ ଗବେଷକ ଏହି ରୋଗର ଚିକିତ୍ସା ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

A novel tool to help gain deeper insight into Parkinsons disease
ଏବେ ବି ଜାରି ରହିଛି ପାର୍କିନସନ୍ସ ରୋଗର ଅନୁସନ୍ଧାନ
author img

By

Published : May 15, 2020, 10:30 PM IST

ପାର୍କିନସନ୍ସ ରୋଗ ହେଉଛି ଏକ ସାଧାରଣ ନ୍ୟୁରୋଡିଜେନେରେଟିଭ ରୋଗ । ଯାହାର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିନାହିଁ । ବିଶ୍ୱାସ ରହିଛି ଯେ ଆଲଫା ସିନ୍ୟୁକ୍ଲିନ୍(ASyn) ନାମକ ଏକ ପ୍ରୋଟିନର ମିଶ୍ରଣ ଏହି ରୋଗର ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ରୋଗରେ ପୀଡିତଙ୍କ ମସ୍ତିଷ୍କର ମଧ୍ୟଭାଗରେ ସବଷ୍ଟାସିଆ ନିଗ୍ରା ଅଂଶ କୁହାଯାଉଥିବା ଏହି ମିଶ୍ରଣ ପ୍ରଚୁର ପରିମାଣରେ ମିଳିଥାଏ ।

ସାରା ବିଶ୍ବରେ ବିଭିନ୍ନ ଗବେଷକ ପ୍ରୋଟିନ କଣିକାର ମିଶ୍ରଣରୁ ଏକ କଣିକା(ଏଗ୍ରିଗେଟ)ର ଗଠନ ଏବଂ ସେହି କଣିକା କିପରି ପାର୍କିନସନ୍ସ‌ ରୋଗର ନ୍ୟୁରୋନାଲ କୋଷକୁ ନଷ୍ଟ କରିପାରିବ ସେନେଇ ଅଧ୍ୟୟନ ଜାରି ରଖିଛନ୍ତି । ସେମାନଙ୍କ ବିଶ୍ବାସ ରହିଛି କି ଯଦି ଏହି ରହସ୍ୟର ସମାଧାନ ହେବ ତେବେ ଦୀର୍ଘ ସମୟ ଧରି ବିଶ୍ବ କରିଥିବା ଅପେକ୍ଷା ଶେଷ ହେବ ଏବଂ ଏହି ମାରାତ୍ମକ ରୋଗର ନିରାକରଣ ପାଇଁ ଏକ ଏପରି ଔଷଧ ପ୍ରସ୍ତୁତ କରାଯାଇପାରିବ ଯାହାର ଆବଶ୍ୟକତା ବର୍ତ୍ତମାନ ସବୁଠାରୁ ଅଧିକ ରହିଛି ।

ତେବେ ଦୁର୍ଭାଗ୍ୟର ବିଷୟ ଯେ, ASynର ମିଶ୍ରଣକୁ ବୁଝିପାରିବା ସହଜ କଥା ନୁହେଁ । ଏହି ମିଶ୍ରଣର ଏକ ଛୋଟ ପତଳା ଫାଇବର ବା ଫାଇବ୍ରିଲ ଦ୍ବାରା ଗଠନ ହୋଇଥାଏ, ଯେଉଁଥିରେ ପ୍ରୋଟିନର ଏକ ଗଠନ ପ୍ରକାର ଥାଏ, ଯାହାକୁ କ୍ରସ୍ ବିଟା ଫୋଲ୍ଡ କୁହାଯାଏ । ସେହିପରି ଥିଓଫ୍ଲାଭିନ୍-ଟିର ଅଧ୍ୟୟନରୁ ଜଣାପଡିଛି ଯେ ଫାଇବ୍ରିଲ ଗୁଡିକ ଏକ ଭଲ ରଙ୍ଗ, ଯାହା କ୍ରସ ବିଟା ଗଠନ ସହିତ ବାନ୍ଧି ହୋଇ ଫ୍ଲୋରୋସେନ୍ସ ନିର୍ଗତ କରିଥାଏ । ସେହିପରି ବୈଜ୍ଞାନିକମାନେ ଫାଇବ୍ରିଲ୍ସର ତ୍ରିସ୍ତରୀୟ ଆକାର ଗଠନର ସମାଧାନ କରିବା ସହ ସେମାନଙ୍କୁ ଟାର୍ଗେଟ କରିବା ପାଇଁ କିପରି ଭାବେ ଔଷଧର ବିକାଶ କରାଯାଇପାରିବ ତାହା ମଧ୍ୟ ଶିଖିଛନ୍ତି । ତଥାପି ଏହି ଔଷଧ କ୍ନିନିକାଲ ପରୀକ୍ଷଣରେ କାମ କରେନାହିଁ ।

ଏହି ବିଫଳତା ବୈଜ୍ଞାନିକମାନଙ୍କୁ ଏହା ଚିନ୍ତା କରିବାକୁ ବାଧ୍ୟ କରିଛି ଯେ, ସେମାନଙ୍କୁ ଫାଇବ୍ରିଲ୍ସକୁ ବୁଝିବା ସହ ବିଭିନ୍ନ ପ୍ରକାର ମଧ୍ୟସ୍ତିକୁ ବୁଝିବାର ଆବଶ୍ୟକତା ରହିଛି । ଯାହା ଏକତ୍ରୀକରଣ ପ୍ରକ୍ରିୟାରେ ଖୁବ ଶୀଘ୍ର ଆରମ୍ଭ ହୋଇଥାଏ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଏହି ମଧ୍ୟସ୍ତିମାନଙ୍କର ଗଠନର ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ଯେଉଁକାରଣରୁ ଔଷଧ ବିତରଣର କୌଶଳ ବ୍ୟବହାର କରି ସେମାନଙ୍କୁ ଟାର୍ଗେଟ କରିବା କଷ୍ଟକର ହୋଇପଡିଛି । ଏତଦ୍‌ ବ୍ୟତୀତ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏପରି ଏକ ଉପାୟ ବାହାର କରିବାରେ ସକ୍ଷମ ହୋଇନାହାନ୍ତି ଯାହା ଦ୍ବାରା ଗୋଟିଏ କୌଶଳ ଉଭୟ ପ୍ରାରମ୍ଭିକ ମଧ୍ୟବର୍ତ୍ତୀ ପ୍ରଜାତି ଏବଂ ଫାଇବ୍ରିଲ୍ସ ଉପରେ ନଜର ରଖିପାରିବ ।

ନିକଟରେ, ଆଇଆଇଟି (ଆଇଏସଏମ) ଧନବାଦ ଏବଂ କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ବାୟୋଲୋଜି(ସିଏସଆଇଆର)ର ବୈଜ୍ଞାନିକମାନେ ମିଳିତ ଭାବେ ଏହି ସମସ୍ୟାର ସମାଧାନ ଖୋଜିଥିଲେ । ଆଇଆଇଟି(ଆଇଏସଏମ) ଟିମର ସଦସ୍ୟ ତଥା ପଦାର୍ଥ ବିଜ୍ଞାନୀ ଡ଼ଃ ଉମାକାନ୍ତ ତ୍ରିପାଠୀ Z-ସ୍କାନ କୌଶଳ ବ୍ୟବହାର କରି ବାୟୋମ୍ୟାଟେରିଆଲ୍ସ ପଦାର୍ଥର ଅଣନୈତିକ ଆଚରଣ ଉପରେ ଅଧ୍ୟୟନ କରିଛନ୍ତି । ତେବେ ଡ଼ଃ ତ୍ରିପାଠୀ ଏମିତି ଏକ ମେସିନ ନିଜ ଘରୋଇ ଅନୁଷ୍ଠାନରେ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଅନ୍ୟପକ୍ଷରେ ପେଶାରେ ବାୟୋଫିଜିକ ତଥା ସିଏସଆଇଆରର ଡ଼ଃ କ୍ରୀଷ୍ଣାନନ୍ଦ ଚଟ୍ଟୋପାଧ୍ୟାୟ Asyn ଏଗ୍ରିଗେସନ୍ ଏବଂ ପାର୍କିନସନ୍ସ ରୋଗରେ ଏହାର ପ୍ରଭାବକୁ ବୁଝିବା ପାଇଁ କାର୍ଯ୍ୟ କରୁଛନ୍ତି ।

ଏହି ଅନୁସନ୍ଧାନ ମଧ୍ୟ ଉଭୟ ଦଳ ଜାଣିବାକୁ ପାଇଥିଲା ଯେ, Z-ସ୍କାନ୍ ପଦ୍ଧତି ପ୍ରକୃତରେ ସେମାନେ ଖୋଜୁଥିବା ଏକ କୌଶଳ । ଆଉ ଏହି କୌଶଳ ASynର ମିଶ୍ରଣର ଉଭୟ ପ୍ରାରମ୍ଭିକ ଏବଂ ଶେଷ ପର୍ଯ୍ୟାୟ ଉପରେ ନଜର ରଖିବାରେ ସାହାଯ୍ୟ କରିପାରିବ । ଆହୁରି ମଧ୍ୟ ଜାଣିବାକୁ ପାଇଥିଲେ ଯେ ପ୍ରୋଟିନ୍ ଏହାର ମୋନୋମେରିକ୍ ସ୍ଥିତିରୁ ଫାଇବ୍ରିଲ୍ ଗଠନ ପର୍ଯ୍ୟନ୍ତ ଅଣନୈତିକତା ଧାରଣ କରିଥାଏ । ଉଭୟ ଟିମ୍ ତିନୋଟି ବିଶେଷ ଆକର୍ଷଣୀୟ ପର୍ଯ୍ୟବେକ୍ଷଣ କରିଥିଲେ । ପ୍ରଥମତଃ ପ୍ରୋଟିନର ଅନ୍ୟ ଗଠନ ତୁଳନାରେ ଫାଇବ୍ରିଲ୍ କ୍ଷେତ୍ରରେ ଅଣନୈତିକତାର ଶକ୍ତି ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ, ଦ୍ବିତୀୟତଃ ଏଗ୍ରିଗେସନ୍ ଲ୍ୟାଣ୍ଡସ୍କେପର ବିଭିନ୍ନ ପର୍ଯ୍ୟାୟରେ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ କନଫର୍ମର୍ସ ଦେଖାଯାଏ । ଯାହାଦ୍ବାରା ଏକ ନିର୍ଦ୍ଦିଷ୍ଟ ଅଣନୈତିକ ଗୁଣକୁ ଟାର୍ଗେଟ କରାଯାଇପାରିବ । ତୃତୀୟ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଫଳାଫଳ ହେଉଛି ଅଣନୈତିକତାର ସଙ୍କେତରେ ଏକ ସ୍ବିଚ୍ ଯେତେବେଳେ ବିଳମ୍ବିତ ଅଲିଗୋମର୍ସ ପ୍ରାୟ 24 ଘଣ୍ଟାରେ ସୃଷ୍ଟି ହୋଇଥାଏ ।

ଏହି ପର୍ଯ୍ୟବେକ୍ଷଣକୁ ନେଇ ଉଭୟ ଟିମ ଉତ୍ସାହିତ ଅଛନ୍ତି । କାରଣ ଏହି ବିଳମ୍ବିତ ଅଲିଗୋମର୍ସ ASynର ସବୁଠାରୁ ବିଷାକ୍ତ ପ୍ରଜାତି ଏବଂ ଏମିତି ଏକ ପଦ୍ଧତି ଯାହା ସହଜରେ ଏମାନଙ୍କ ଉପରେ ନଜର ରଖିଥାଏ । ବାସ୍ତବରେ ଉଭୟ ଫାର୍ମାସ୍ୟୁଟିକାଲ୍ ଏବଂ କ୍ଲିନିକାଲ୍ ଅନୁସନ୍ଧାନ ପାଇଁ ଏହା ଉପଯୋଗୀ ହୋଇପାରେ ।

ପରବର୍ତ୍ତୀ କାର୍ଯ୍ୟ ବିଷୟରେ ପଚରାଯିବାରୁ ଡ଼ଃ ଚଟ୍ଟୋପାଧ୍ୟାୟ କହିଛନ୍ତି, ‘ମୁଁ ଏବଂ ସିଏସଆଇଆର-ଆଇଆଇସିବିରେ ମୋର ଟିମ୍ ଏକ ଉପଯୁକ୍ତ ପ୍ରାଣୀ ପାର୍କିନସନ୍ସ ରୋଗର ମଡେଲ ବ୍ୟବହାର କରି ASyn ଏଗ୍ରିଗେଟ୍ ଏକ୍ସ ଭିଭୋ ଅଧ୍ୟୟନ କରୁଛୁ । ଏଥିପାଇଁ Z-ସ୍କାନ୍ ପଦ୍ଧତି ବ୍ୟବହାର କରିବାର ଉପାୟ ଅନୁସନ୍ଧାନ କରାଯାଉଛି । ସେହିପରି ଡ଼ଃ ତ୍ରିପାଠୀ ଏବଂ ତାଙ୍କ ଟିମ୍ ଏହି ପଦ୍ଧତିକୁ ଅନ୍ୟ ପ୍ରୋଟିନ୍ ଏବଂ ପେପ୍ଟିଡସରେ ବିସ୍ତାର କରିବାକୁ ଯୋଜନା କରିଛନ୍ତି । ଯାହା ସେମାନଙ୍କ ଅଣନୈତିକ ମୂଲ୍ୟଗୁଡିକର ବ୍ୟବସ୍ଥିତ ନୀରିକ୍ଷଣ ଦ୍ୱାରା ସଂରଚନା କିମ୍ବା ଗଠନ ଚିହ୍ନଟ କରିବ ।

ଏହି ଅଧ୍ୟୟନ ଟିମରେ ସୁମନ୍ତ ଘୋଷ, ସାକ୍ଷୀ, ବିକାଶ ଚନ୍ଦ୍ର ସ୍ବାଇଁ ଏବଂ ରିତୋବ୍ରିତା ଚକ୍ରବର୍ତ୍ତୀ ସାମିଲ ଥିଲେ । ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଏକ ଅନୁସନ୍ଧାନ ପତ୍ର ଏସିଏସ୍ କେମିକାଲ୍ ନ୍ୟୁରୋସାଇନ୍ସରେ ଦାଖଲ କରିଛନ୍ତି । ଏହି ପତ୍ରିକା ଅନୁସନ୍ଧାନ ପତ୍ରକୁ ପ୍ରକାଶ କରିବା ପାଇଁ ଗ୍ରହଣ କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.