ହାଇଦ୍ରାବାଦ: ଆମାନବୀୟ, ବର୍ବର ଓ ନୃଶଂସତାର ସୀମା ପାର କରିଚାଲିଛି ମଣିଷ । ଦିନକୁ ଦିନ ନୀରିହ ଜୀବ ଜନ୍ତୁଙ୍କ ଉପରେ କରିଚାଲିଛି ଅତ୍ୟାଚାର । ନିକଟରେ ଗର୍ଭିଣୀ ହାତୀ ଉପରେ ହୋଇଥିବା ଅତ୍ୟାଚାର ମନରୁ ଭୁଲି ନଥିବା ବେଳେ ଏବେ ପୁଣି ମାଙ୍କଡ ଉପରେ କରିଥିବା ଅତ୍ୟାଚରର ଦୃଶ୍ୟ ସାମନାକୁ ଆସିଛି । ତେଲେଙ୍ଗାନାର ଖାମମ ଜିଲ୍ଲାରେ ସ୍ଥାନୀୟ ଲୋକେ ବଳ ପୁର୍ବକ ଏକ ମାଙ୍କଡକୁ ଗଛରେ ଟାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ତେବେ ଏହି ଘଟଣା ତେଲେଙ୍ଗାନା ବନ ବିଭାଗ କର୍ମଚାରୀ ତିନି ଯୁବକଙ୍କୁ ଗିରଫ କରି 25 ହଜାର ଟଙ୍କା ଜୋରିମାନା ପକାଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ମାଙ୍କଡର ଏକ ଗ୍ୟାଙ୍ଗ ସବୁବେଳେ ସେହି ଅଞ୍ଚଳକୁ ଆସିଥାନ୍ତି । ଯାହାଦ୍ବାରା ନିକଟରେ ଥିବା କ୍ଷେତରେ କ୍ଷତି ହୋଇଥାଏ । ତେବେ ଗୋଟିଏ ମାଙ୍କଡ ରବିବାର ନିକଟରେ ଥିବା ଏକ କୃଷକର ବାସଭବନକୁ ଯାଇ ଏକ ପାନୀୟ ଜଳ ଟ୍ୟୁବରେ ପଡିଯାଇଥିଲା । ଫଳରେ ତାକୁ କିଛି ଯୁବକ କାବୁ ଅନ୍ୟ ମାଙ୍କଡକୁ ଭୟବୀତ କରିବା ପାଇଁ ଗଛରେ ଟାଙ୍କି ଦେଇଥିଲେ । ମାଙ୍କଡଟି ଜୀବନ ଆକୁଳରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାର ମଜା ନେଉଥିଲେ । ଏପରିକି କିଛି କୁକୁର ମଧ୍ୟ ମାଙ୍କଡକୁ କାମୁଡି ପକାଇବାକୁ ଧାଇଁ ଆସିଥିଲେ । ଶେଷରେ ମାଙ୍କଡଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହୋଇ ପ୍ରାଣ ହରାଇଥିଲା ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସାଥୁପାଲ୍ଲୀ ଫରେଷ୍ଟ ରେଞ୍ଜ ଅଫିସର (FRO) 3 ଯୁବକଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପଚରାଉଚରା ପରେ ଅଭିଯୁକ୍ତମାନେ ଅପରାଧ ସ୍ବୀକାର କରିଛନ୍ତି । ତାଙ୍କୁ 25 ହଜାର ଟଙ୍କା ଜୋରିମାନା କରାଯାଇଛି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ