ETV Bharat / bharat

ଲସ୍କର-ଏ-ତୋଏବା ଆତଙ୍କୀ ଗିରଫ ଘଟଣା: ପ୍ରତିକ୍ରିୟା ଦେଲେ କାଶ୍ମୀର ଡିଜିପି - ଲସ୍କର-ଏ-ତୋଏବା ଆତଙ୍କୀ ଗିରଫ

ବାରମୂଳା ଜିଲ୍ଲାର ସୋପୋରରେ ଲକ୍ସର-ଏ-ତୋଏବା ସହ ଜଡିତ ଥିବା ଜଣେ ଆତଙ୍କୀ ଗିରଫ । ଏହି ଆତଙ୍କବାଦୀର ନାଁ ଦାନିଶ ଚିତ୍ରା ବୋଲି ଜଣାପଡିଥିବାବେଳେ ତାକୁ ଜୀବିତ ଅବସ୍ଥାରେ ଗିରଫ କରିଛନ୍ତି ସୁରକ୍ଷାବଳ ।

ଫାଇଲ ଫଟୋ
author img

By

Published : Nov 3, 2019, 10:41 AM IST

ଶ୍ରୀନଗର: ଉତ୍ତର-କାଶ୍ମୀରର ବାରମୂଳା ଜିଲ୍ଲାର ସୋପୋରରେ ଲକ୍ସର-ଏ-ତୋଏବା ସହ ଜଡିତ ଥିବା ଜଣେ ଆତଙ୍କୀକୁ ଗିରଫ କରିଛନ୍ତି ସୁରକ୍ଷାବଳ । ଏହି ଆତଙ୍କବାଦୀର ନାଁ ଦାନିଶ ଚିତ୍ରା ବୋଲି ଜଣାପଡିଥିବାବେଳେ ତା' ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଦାନିଶକୁ ଜୀବିତ ଅବସ୍ଥାରେ ଗିରଫ କରିବା ପୋଲିସ ପାଇଁ ଏକ ବଡ ସଫଳତା ।

କାଶ୍ମୀର ପୋଲିସ ଡିଜିପି ଦିଲବାଗ ସିଂହ ଏନେଇ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଆଇନରେ ଅବ୍ୟବସ୍ଥା ଓ ଆତଙ୍କୀ ଗତିବିଧି ପାଇଁ ସୋପୋର ଅଞ୍ଚଳ ସର୍ବଦା ଚର୍ଚ୍ଚାରେ ରହିଆସୁଛି । କିନ୍ତୁ ସୁରକ୍ଷାବଳ ଏଠିକାର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ଆତଙ୍କବାଦକୁ ବ୍ୟାପକ କରୁଥିବାବେଳେ ଅନେକ ଲୋକଙ୍କ ଉପରେ ଚାପ ପକାଇ ସେମାନଙ୍କ ମୁହଁକୁ ବନ୍ଦ କରୁଛନ୍ତି । ତେବେ ଆତଙ୍କୀଙ୍କ ଏଭଳି ଉଦ୍ଦେଶ୍ୟକୁ ବିଫଳ କରିବାକୁ ସୁରକ୍ଷାବଳ ଜାଗ୍ରତ ରହିଛନ୍ତି ।

ସୂଚନାନୁସାରେ, ଲକ୍ସର-ଏ-ତୋଏବାର ଆତଙ୍କୀ କମାଣ୍ଡର ସଦାଜ ହାଇଦର ସୋପୋର ଅଞ୍ଚଳରେ ଆତଙ୍କବାଦର ବୃଦ୍ଧି ପାଇଁ ଏଥିରେ ନୂଆ ଲୋକଙ୍କୁ ସାମିଲ କରିଥିଲା । ଯେଉଁଥିରେ ଦାନିଶ ଚିତ୍ରା ଜଡିତ ଥିଲା । ସୁରକ୍ଷାବଳ ଏକ ଅପରେସନ ସମୟରେ ଦାନିଶକୁ ଗିରଫ କରିଥିଲେ । ତେବେ ଦଳର ଅନ୍ୟ ଆତଙ୍କି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପୋଲିସ ପଚରାଉଚରା ଜାରି ରଖିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.