ETV Bharat / bharat

ସିସିଟିଭିରେ କଏଦ ହେଲା ଗୁଳିମାଡର ଦୃଶ୍ୟ

ସିସିଟିଭି କ୍ୟାମେରାରେ କଏଦ ହୋଇଛି ଗୁଳିମାଡର ଦୃଶ୍ୟ ।

author img

By

Published : May 18, 2019, 3:32 PM IST

ଫଟୋ ସୌଜନ୍ୟ: ଏଏନଆଇ

ଦିଲ୍ଲୀ: ଅସୁରକ୍ଷିତ ରାଜଧାନୀର ଜନତା । ଦିନ ଦ୍ବିପ୍ରହରରେ ସମସ୍ତଙ୍କ ଆଖି ଆଗରେ ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଛନ୍ତି କିଛି ଦୁର୍ବୃତ୍ତ ।

ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏମିତି ଏକ ଗୁଳିକାଣ୍ଡର ଦୃଶ୍ୟ, ଯାହା ଆପଣଙ୍କୁ ଚମକାଇଦେବ । ଏହି ଦୃଶ୍ୟ ଦେଖିଲେ ଘରୁ ପାଦ କାଢିବାକୁ ଡର ଲାଗିବ । ନିକଟରେ ଏକ ଲୁଟର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାପରେ ଏବେ ଗୁଳିକାଣ୍ଡର ଏହି ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ତେବେ ଭିଡିଓରେ ଦେଖାଯାଉଛି ଯେ ଜନଗହଳି ପୂର୍ଣ୍ଣ ଗଳିରେ ହଠାତ କିଛି ଲୋକ ଏକ ଯୁବକ ଉପରକୁ ଗୁଳିମାଡ କରି ଦୌଡି ପଳାଉଛନ୍ତି । ଯାହାକୁ ଦେଖି କିଛି ସ୍ଥାନୀୟ ଲୋକ ଭୟଭୀତ ହୋଇ ସେହି ସ୍ଥାନରୁ ଦୌଡି ପଳାଉଛନ୍ତି । ଏହାସହ ସେହି ପାଖରେ ଥିବା ଏକ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହାକୁ ଦେଖି ନିଜ ଗେଟ ବନ୍ଦ କରି ଘରେ ପଶିଯାଉଛନ୍ତି । ତେବେ ଲୋକଟି କିନ୍ତୁ ସେହି ରାସ୍ତା ଛଟପଟ ହେଉଛି । ଘଟଣାଟି ହେଉଛି ଦିଲ୍ଲୀ ରୋହିଣୀ ରୋଡସ୍ଥିତ ସେକ୍ଟର 11ର ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.