ETV Bharat / bharat

ଫୋନ ପାଇଁ ସାଙ୍ଗକୁ ଟ୍ରକ ସାମନାକୁ ଠେଲିଦେଲା ସାଙ୍ଗ - phone

ସାଙ୍ଗକୁ ଟ୍ରକ ସାମନାକୁ ଧକ୍କା ଦେବା ଅଭିଯୋଗରେ ଜଣେ 29 ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଫୋନକୁ ନେଇ ଉଭୟଙ୍କ ମଧ୍ୟ ବିବାଦ ଲାଗିଥିଲା । ଫଳରେ ଉତ୍ତେଜିତ ହୋଇ ଜମେ ସାଙ୍ଗ ଆଉ ଜଣଙ୍କୁ ଟ୍ରକ ସାମନାକୁ ଧକ୍କା ଦେଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 11, 2019, 4:00 PM IST

ନୂଆଦିଲ୍ଲୀ: ସାଙ୍ଗକୁ ଟ୍ରକ ସାମନାକୁ ଧକ୍କା ଦେବା ଅଭିଯୋଗରେ ଜଣେ 29 ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଘଟଣାଟି ଘଟିଛି ଯାତ୍ରିକ ବାର ଆଣ୍ଡ ରେଷ୍ଟୁରାଣ୍ଟ ସମ୍ମୁଖରେ । ସମ୍ପୂର୍ଣ୍ଣ ଘଟଣାଟି ଏକ ଫୋନକୁ ନେଇ ଘଟିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା କିଶୋର କାଇଲାତ(32)ଙ୍କ ରବିବାର ସକାଳେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ଦିନ କିଶୋର ନିଜ ବନ୍ଧୁ ବିଜୟ ସାଲ୍ବେ ସହ ମଦ ପିଇଥିଲା । କିଛି ସମୟ ପରେ ସେଠାରେ ଅଭିଯୁକ୍ତ ଶିବା ମୋହିତ ପହଞ୍ଚିଥିଲା । ପରେ କିଶୋର ଶିବାର ପରିଚୟ ବିଜୟ ସହ କରାଇଥିଲେ । ତେବେ ଶିବା କିଶୋରକୁ କଥା ହେବା ପାଇଁ ଫୋନ ମାଗିଥିଲା । କିନ୍ତୁ କିଶୋର ନିଜ ଫୋନ ଦେବାକୁ ମନା କରି ଦେଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କିଶୋର ଏବଂ ବିଜୟ ବାର ବାହାରକୁ ଚାଲି ଆସିଥିଲେ । ଶିବା ମଧ୍ୟ ହାତରେ ଛୁରୀ ଧରି ତାଙ୍କ ପିଛା କରିଥିଲା ।

କିଛି ସମୟ ପିଛା କରିବା ପରେ ଶିବା କିଶୋରର ସାର୍ଟ କର୍ଲର ଧରି ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସାମନାକୁ ଧକ୍କା ଦେଇଥିଲା । ଏଥିରେ କିଶୋର ଗୁରୁତର ହୋଇ ତଳେ ପଡି ଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ କେଇଏମ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।

undefined

ନବୀନ ଙ୍କୁ ଚିଠି ଲେଖି ଜବାବ୍ ମାଗିବେ ଯୁବକ୍ 

ଚିଠି ମାଧ୍ୟମରେ ଯୁବକ ମାନଙ୍କ ନିଜୁକ୍ତି କେତେ ଦେଇଛନ୍ତି ତାର ଜବାବ୍ ମାଗିବେ ।ଓଡ଼ିଶାର ୮ହଜାର ୩ଶହ ୯୦ଟି ପୋଷ୍ଟ ଅଫିସରେ ସମଗ୍ର ଓଡ଼ିଶାରେ ଯୁବକ ଯୁବତୀ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ତାଙ୍କର ମନର ବେଦନା ଜଣାଇବେ ।ରାଜ୍ୟ ସରକାର ବିଗତ ବର୍ଷ ମାନଙ୍କରେ କେତେ ସରକାରୀ କ୍ଷେତ୍ରରେ ନିଜୁକ୍ତି ଦେଇଛନ୍ତି ଏହା ସହ ବିଭିନ୍ନ ଶିଳ୍ପ ସଂସ୍ଥା ରେ କେତେ ଓଡ଼ିଆ ଙ୍କୁ ରୋଜଗାର ଦେଇଛନ୍ତି ।ଏହାର ଜବାବ ମାଗିବ ପ୍ରତ୍ର ମାଧ୍ୟମରେ ଜବାବ୍ ମାଗିବେ ଆସନ୍ତା ୧୨ ତାରିଖ ରୁ ୧୫ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବେ ବୋଲି ବିଜେପି ଯୁବମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ପ୍ରେବୃଆରି ୭ ତାରିଖରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ବିଧାନସଭା ଘେରାଉ କରିଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.