ବେଙ୍ଗାଲୁରୁ: ପ୍ରଥମ ଦୁଇଟି ବିବାହକୁ ଲୁଚାଇ ତୃତୀୟ ବିବାହ କରିଥିଲେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଓ ତୃତୀୟ ପତ୍ନୀଙ୍କୁ ଦେଉଥିଲେ ଯୌତୁକ ନିର୍ଯାତନା । 2015ରେ ନିଜର ଦୁଇଟି ଦୁଇଟି ବିବାହକୁ ଲୁଚାଇ ତୃତୀୟ ଜଣଙ୍କୁ ବିବାହ କରିଥିଲେ । ସେ ପୂର୍ବରୁ ରହୁଥିବା ପ୍ଲଟକୁ ମରାମତି ପାଇଁ 7 ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ 2017 ରେ ସେ ପୁଣି 3 ଲକ୍ଷ 70 ହଜାର ପାଇଥିଲେ । ଏହାପରେ ତାଙ୍କ ତୃତୀୟ ପତ୍ନୀଙ୍କୁ ବାରମ୍ବାର ଯୌତୁକ ପାଇଁ ହଇରାଣ କରୁଥିଲେ।
ଅଜୟ କୁମାର ଜୀବନସାଥୀ.କମ୍ ଜରିଆରେ ଦିଲ୍ଲୀରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପରେ ସେ ଆଉ ଜଣଙ୍କୁ ବିବାହ କରିଥିଲେ । ଅଜୟଙ୍କ ଅତ୍ୟାଚାର ସହିନପାରି ଦ୍ବିତୀୟ ପତ୍ନୀ ଛାଡି ପଳାଇଥିଲେ । ପରେ ସେ ତୃତୀୟ ପତ୍ନୀଙ୍କୁ ବିବାହ କରିଥିଲେ ଓ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହାପରେ ତୃତୀୟ ପତ୍ନୀ ପୋଲିସରେ ଅଭିଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ