ଗାନ୍ଧୀନଗର: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ । ତିନି ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ଗୁଜୁରାଟ ରାଜକୋଟର କୋର୍ଟ । ସୂଚନା ଅନୁସାରେ, 2018 ଫେବୃଆରୀ 9ରେ ରମେଶ ଦୁଦାକିଆ ନାମକ ଜଣେ ଅଟୋ ଡ୍ରାଇଭର ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲା ଏବଂ ପରେ ହତ୍ୟା କରି ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।
ଏପରିକି, ନାବାଳିକା ହତ୍ୟାର 2 ଦିନ ପୂର୍ବରୁ ଜଣେ ମହିଳାଙ୍କ ଠାରୁ ଲୁଟ କରି ହତ୍ୟା କରିଥିଲା ରମେଶ। ପରେ ମହିଳାଙ୍କ ହତ୍ୟା ମାମଲାରେ ପୋଲିସ ତାକୁ ଗିରଫ କରିଥିଲା ଏବଂ ତଦନ୍ତରୁ ଜାଣିଥିଲା ଯେ, ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟାରେ ତାର ସମ୍ପୃକ୍ତି ରହିଛି । ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିଲା । ଡାକ୍ତରୀ ମାଇନା ରିପୋର୍ଟ, ସାଖିଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ